Get Updates
Get notified of breaking news, exclusive insights, and must-see stories!

ବିକାଶ ପାଇଁ ଡବଲ ଇଞ୍ଜିନ ନୁହେଁ, ଗୁଡ୍ ଗଭର୍ନାନ୍ସ ଜରୁରୀ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଝାରସୁଗୁଡ଼ା ବିଜୟ ଉତ୍ସବରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶଙ୍ଖ ଭବନ ଯାଇ ବିଜୟ ପାଇଁ ଝାରସୁଗୁଡ଼ାବାସୀଙ୍କୁ ଶ୍ରେୟ ଦେବା ସହ ବିଜେପିର ସମସ୍ତ କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ସହ ସେ ବିରୋଧିଙ୍କୁ ସିଧାସଳଖ ଟାର୍ଗେଟ୍ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକାଶ ପାଇଁ ଡବଲ ଇଞ୍ଜିନ ନୁହେଁ, ଗୁଡ୍ ଗଭର୍ନାନ୍ସ ଜରୁରୀ ।

ଆଜି ଝାରସୁଗୁଡ଼ାରେ ବିପୁଳ ଭୋଟରେ ବିଜେଡିର ବିଜୟ ପରେ ଦଳର ପ୍ରତ୍ୟେକ କର୍ମୀ ଏବଂ ଝାରସୁଗୁଡ଼ାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସୁପ୍ରିମୋ । ଏହି ବିଜୟ ପାଇଁ ବିଜେଡି ଝାରସୁଗୁଡ଼ା ପାଖରେ ଋଣି ବୋଲି ସେ କହିଛନ୍ତି ।

Naveen Patnaik

ସେହିପରି ବିରୋଧିଙ୍କୁ କଟାକ୍ଷ କରି ନବୀନ କହିଛନ୍ତି, ପଦ୍ମପୁର ଉପ-ନିର୍ବାଚନ ସମୟରେ ବିରୋଧୀ ମାଆ ମାନଙ୍କୁ ଗାଳି ଦେଇଥିଲେ । ବାପା ହରାଇଥିବା ଦୁଇ ଝିଅଙ୍କୁ ଅସମ୍ମାନ କରିଥିଲେ ବିରୋଧି । ଇତିହାସ ଏହାର ସାକ୍ଷୀସ ରାଜ୍ୟବାସୀ ଏହାକୁ ବରଦାସ୍ତ କରିବେ ନାହିଁ । ବିକାଶ ପାଇଁ ଡବଲ କି ସିଙ୍ଗଲ୍ ଇଞ୍ଜିନ ଆବଶ୍ୟକ ନାହିଁ, ଗୁଡ୍ ଗଭର୍ନାନ୍ସ ଜରୁରୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେ ଆହୁରି କହିଛନ୍ତି, ହାଣ୍ତିଶାଳର ଚାରିକାନ୍ଥ ଭିତରୁ ମିଶମ ଶକ୍ତି ମହିଳାଙ୍କୁ ବାହାରକୁ ଆଣିଛି । ସେହି ମହିଳା ମାନେ ଆଜି ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି । ତେବେ ଜନତା ବିରୋଧିଙ୍କୁ ସବୁବେଳେ ଉଚିତ ଜବାବ ଦେଇଆସିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+