ମୋଦିଙ୍କୁ ୧୦ରୁ ୮ ନମ୍ବର ଦେଲେ ନବୀନ
ଭୁବନେଶ୍ୱର: ବିଜେଡି-ବିଜେପି ସମ୍ପର୍କକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଂଶସା କରିଛନ୍ତି । ହୋଟେଲ ମେ' ଫେୟାରରେ ଆୟୋଜିତ ଇଂରାଜୀ ଖବରକାଗଜ 'ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ'ର ଓଡିଶା ଲିଟେରାରୀ ଫେଷ୍ଟିଭାଲରେ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲାଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ନବୀନଙ୍କୁ ପ୍ରଶ୍ନ କରଯାଇଥିଲା ଯେ, ପ୍ରଧାନମନ୍ତ୍ରୀଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିଛି କଣ କହିବେ । ଉତ୍ତର ଦେଇ ନବୀନ, ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ଆଉ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୧୦ରୁ ୮ ନମ୍ବର ଦେଇଛନ୍ତି ନବୀନ। ବିଶେଷକରି ଦୁର୍ନୀତି ଦୂର ପାଇଁ ମୋଦିଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

ସେ କହିଛନ୍ତି, ମୁଁ ଦୁର୍ନୀତି ହଟାଇବାକୁ ପ୍ରାଥମିକତା ଦେଇଥିଲି । ଏବେବି ଦୁର୍ନୀତି ବିରୋଧରେ କାର୍ଯ୍ୟ କରୁଛି । କେବଳ ଏତିକି ନୁହେଁ, କେନ୍ଦ୍ର ସହ ଉତ୍ତମ ସଂପର୍କ ରହିଛି ବୋଲି କହିବା ସହିତ ୱାନ ନେସନ ୱାନ ଇଲେକ୍ସନକୁ ମଧ୍ୟ ସେ ସମର୍ଥନ ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟ ଏବେ ବିକାଶ ପଥରେ ରହିଛି । ଦାୟିତ୍ୱ ନେବାବେଳେ ରାଜ୍ୟ ଗରିବୀ ମଧ୍ୟରେ ଥିଲା । ୯୯ ମହାବାତ୍ୟା ରାଜ୍ୟକୁ ଦୁର୍ବଳ କରିଥିଲା । ଏବେ ରାଜ୍ୟ ଅଗ୍ରଗତି କରୁଛି । ଏବେ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ଆଗକୁ ବଢୁଛି ।












Click it and Unblock the Notifications