କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ
ବିଶିଷ୍ଟ ଗାୟିକା ନିର୍ମଳା ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହଛନ୍ତି ସ୍ୱର୍ଗତ ନିର୍ମଳା ମିଶ୍ର ଜଣେ ଉଚ୍ଚକୋଟୀର ଗାୟିକା ଭାବରେ ଓଡ଼ିଆ ସଂଗୀତ ଜଗତରେ ସୁନାମ ଅର୍ଜନ କରିଥିଲେ।
ଭୁବନେଶ୍ୱର: ବିଶିଷ୍ଟ ଗାୟିକା ନିର୍ମଳା ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହଛନ୍ତି ସ୍ୱର୍ଗତ ନିର୍ମଳା ମିଶ୍ର ଜଣେ ଉଚ୍ଚକୋଟୀର ଗାୟିକା ଭାବରେ ଓଡ଼ିଆ ସଂଗୀତ ଜଗତରେ ସୁନାମ ଅର୍ଜନ କରିଥିଲେ। ୬୦ ଓ ୭୦ ଦଶକରେ ତାଙ୍କ ସଂଗୀତର ମଧୁର ମୂର୍ଚ୍ଛନା ଜନ ମାନସକୁ ଏବେ ମଧ୍ୟ ଜୀବନ୍ତ ରହିଛି । ତାଙ୍କର ସଙ୍ଗୀତ ଗୁଡ଼ିକ ଅତ୍ୟନ୍ତ ଶ୍ରୁତି ମଧୁର ଓ ଶ୍ରୋତା ମାନଙ୍କୁ ଗଭୀର ଆନନ୍ଦ ପ୍ରଦାନ କରିଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ତାଙ୍କ ବିୟୋଗ ଓଡିଆ ସଙ୍ଗୀତ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ସେ କହିଛନ୍ତି । ନିର୍ମଳାଙ୍କ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପାଇଁ ସହାନୁଭୂତି ପ୍ରକାଶ କରିଛନ୍ତି ନବୀନ ।
ଉଲ୍ଲେଖଥାଉ କି, ଲୋକପ୍ରିୟ ବଙ୍ଗୀୟ ତତା ଓଡିଆ କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କ ୮୧ ବର୍ଷ ବୟସରେ ରବିବାର ପରଲୋକ ଘଟିଛି । ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ଦକ୍ଷିଣ କୋଲକାତାର ଚେତଲା ଅଞ୍ଚଳରେ ଥିବା ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।












Click it and Unblock the Notifications