Get Updates
Get notified of breaking news, exclusive insights, and must-see stories!

ନୀତି ଆୟୋଗ ବୈଠକରେ ଓଡିଶାକୁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟର ମାନ୍ୟତା ଦାବି କଲେ ନବୀନ

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କଥାକୁ ଦୋହରାଇଛନ୍ତି। ଏଥିସହ ଟେଲିକମ୍, ରେଲୱେ ଓ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଓଡ଼ିଶା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଲାଗି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ 'ନିତି' ଆୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି । ବୈଠକରେ ଯୋଗ ଦେଇଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କଥାକୁ ଦୋହରାଇଛନ୍ତି। ଏଥିସହ ଟେଲିକମ୍, ରେଲୱେ ଓ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଓଡ଼ିଶା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଲାଗି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

CM Naveen Patnaik

ଦିଲ୍ଲୀରେ ନୀତି ଆୟୋଗର ସପ୍ତମ ଗଭର୍ଣ୍ଣିଂ କାଉନସିଲ୍ ବୈଠକ ଆୟୋଜିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତି ଭବନର କଲଚରାଲ ସେଣ୍ଟରରେ ଏହି ବୈଠକ ବସିଥିଲା । ତେବେ ବୈଠକରେ ଓଡିଶା ପାଇଁ ସ୍ୱତନ୍ତ୍ର ଫୋକସ୍‌ ଦାବି ସହ ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ତେଣୁ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଇଁ ସ୍ୱତନ୍ତ୍ର ପାଣ୍ଠି ଯୋଗାଇଦେବାକୁ ମଧ୍ୟ ଦାବି କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ।

ଏହାସହ ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(PMAY) ନେଇ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅଧିକାଂଶ ଆଦିବାସୀ ଓ KBK ଜିଲ୍ଲା PMAYରୁ ବଞ୍ଚିତ ହୋଇଥିବା କହିଛନ୍ତି ନବୀନ ପଟ୍ଟନାୟକ । PMAY ସମ୍ବନ୍ଧିତ ଅସାମଞ୍ଜସ୍ୟ ତୁରନ୍ତ ଦୂର କରିବାକୁ ସେ କହିଛନ୍ତି । ବୈଠକରେ ASI ଓ AMSARର ରୂପାନ୍ତରଣ ଦାବି କରିଛନ୍ତି ନବୀନ । ASI ଓ AMSARର ଟେକ୍ନୋଲୋଜି ଓ ନ୍ୟାୟିକ ଢାଞ୍ଚାରେ ପରିବର୍ତ୍ତନ ପାଇଁ ବି ଦାବି କରିଛି ଓଡ଼ିଶା । ଏହାଦ୍ୱାରା କୋଣାର୍କ ଆଦି ଐତିହ୍ୟ ସ୍ଥଳୀକୁ ସୁରକ୍ଷିତ ରଖାଯାଇ ପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ନିୟମିତ ବ୍ୟବଧାନରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିବା ଓଡ଼ିଶା ୧୭,୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ସହ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ଦାବି କରି ଆସୁଛି। ତନ୍ମଧ୍ୟରୁ ୧୦,୦୦୦ କୋଟି ଟଙ୍କା କେବଳ ବିପର୍ଯ୍ୟୟ ପ୍ରତିରୋଧୀ ଶକ୍ତି ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ମଗାଯାଇଛି। ଏହି ଦୀର୍ଘମିଆଦୀ ଯୋଜନା ନେଇ କେନ୍ଦ୍ର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ। ତେଣୁ କେନ୍ଦ୍ର ଏହି ଅନୁଦାନ ମଞ୍ଜୁର କରିବା ନେଇ ରାଜ୍ୟ ଦାବି ରଖିଛି।

ଅନ୍ୟପଟେ ଦେଶର ବିଭିନ୍ନ ପ୍ରସଙ୍ଗ ଉଠିବା ସହ ବୈଠକରେ ଶିକ୍ଷା, କୃଷି ଜାତ ଦ୍ରବ୍ୟ, ନୂଆ ଶିକ୍ଷା ଆଇନ୍ ଆଦି ପ୍ରସଙ୍ଗ ଉପରେ ବି ଆଲୋଚନା କରାଯାଇଛି । ବୈଠକରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କ ସମେତ ଅନେକ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ହେଲେ ବିହାରର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ବୈଠକରେ ଯୋଗ ଦେଇନଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଗତ ଗୁରୁବାର 'ନିତି' ଆୟୋଗର ଉପାଧ୍ୟକ୍ଷ ସୁମନ ବେରୀ ଓ ଅନ୍ୟ ସଦସ୍ୟମାନେ ଓଡ଼ିଶା ଆସିଥିବାବେଳେ ଓଡ଼ିଶାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ କ୍ଷେତ୍ରସ୍ତରୀୟ ଅନୁଧ୍ୟାନ ପରେ ଉଚ୍ଚ ପ୍ରଶଂସା କରିଥିଲେ। ଶ୍ରୀ ବେରୀଙ୍କ ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ନିକଟରେ ଦୀର୍ଘଦିନ ଧରି ପଡ଼ି ରହିଥିବା ରାଜ୍ୟ ଦାବି ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟର ବିଭିନ୍ନ ଅଞ୍ଚଳକୁ ରେଳ ଯୋଗାଯୋଗ ପାଇଁ ନୂତନ ପ୍ରକଳ୍ପ ମଞ୍ଜୁର ସହ ପୁରୁଣା ପ୍ରକଳ୍ପ ତ୍ୱରାନ୍ୱିତ କରାଯାଉଛି। ଏହା ସତ୍ତ୍ବେ ରାଜ୍ୟର ବହୁ ଗ୍ରାମପଞ୍ଚାୟତ ଏବେ ବି ବ୍ୟାଙ୍କ ସେବାରୁ ବଞ୍ଚିତ ରହିଛି। ଗ୍ରାମୀଣ ଲୋକମାନଙ୍କ ନିକଟରେ ବ୍ୟାଙ୍କ ସେବା ଅପହଞ୍ଚ ହୋଇ ରହିଥିବାରୁ ଆର୍ଥିକ ଓ ସାମାଜିକ ବିକାଶରେ ବାଧା ସୃଷ୍ଟି ହେଉଥିବା ଲକ୍ଷ୍ୟ କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+