ସାଢେ ୪ କୋଟି ଓଡିଆଙ୍କୁ ସମ୍ମାନ ସମର୍ପିତ କଲେ ନବୀନ
କ୍ୟାପିଟାଲ୍ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ଯକ୍ରମରେ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏନ୍ ଭି ରମଣା ଏହି ସମ୍ମାନ ପ୍ରଦାନ କରିଛନ୍ତି । ସମ୍ମାନିତ ହେବା ପରେ ରାଜ୍ୟବାସୀଙ୍କ
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଲାଇଫଟାଇମ୍ ଆଚିଭମେଣ୍ଟ ବା 'ଜୀବନବ୍ୟାପୀ ସାଧନା ସମ୍ମାନ'ରେ ସମ୍ମାନିତ କରାଯାଇଛି । କ୍ୟାପିଟାଲ୍ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ଯକ୍ରମରେ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏନ୍ ଭି ରମଣା ଏହି ସମ୍ମାନ ପ୍ରଦାନ କରିଛନ୍ତି । ସମ୍ମାନିତ ହେବା ପରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମ୍ମାନ ସମର୍ପିତ କରିଛନ୍ତି ନବୀନ ।

ନବୀନ କହିଛନ୍ତି ଯେ, ୪ କୋଟି ଓଡିଆଙ୍କ ଆଶୀର୍ବାଦ ପାଇଁ ୨୨ ବର୍ଷ ମୁଁ ସେମାନଙ୍କ ସେବାରେ ରହିଛି । ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ ସମ୍ମାନରେ ସମ୍ମାନିତ କରିଥିବାରୁ କ୍ୟାପିଟାଲ ଫାଉଣ୍ଡେସନକୁ ବି ଧନ୍ୟବାଦ ଜଣାଇଛନ୍ତି ନବୀନ । ବିଭିନ୍ନ କ୍ଷେତ୍ରରେ ଉନ୍ନତିମୂଳକ କାମ କରୁଥିବା ବ୍ୟକ୍ତିତ୍ବଙ୍କୁ ସମ୍ମାନିତ କରୁଥିବା କ୍ୟାପିଟାଲ ଫାଉଣ୍ଡେସନର ପଦକ୍ଷେପକୁ ଭୁରି ଭୁରି ପ୍ରଂଶସା କରିଛନ୍ତି୍ ନବୀନ । ସେହିପରି ଜଷ୍ଟିସ ଏନ ଭି ରମଣା ଓ ଏକେ ପଟ୍ଟନାୟକଙ୍କୁ ନବୀନ ବିନମ୍ର କୃତଜ୍ଞତା ଜଣାଇଛନ୍ତି ସେପଟେ ସମ୍ମାନ ଜିଣିବା ପରେ ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ପ୍ରବାସୀ ଓଡିଆ ।
ଅନ୍ୟପଟେ ଏଥିପାଇଁ ବିଜେଡି ପକ୍ଷରୁ ବଡ଼ ଯୋଜନା ପ୍ରସ୍ତୁତ କରାଯାଇଛି । ଆସନ୍ତା ୬ ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବେ । ଓଡ଼ିଶାରେ ମଧ୍ୟ ସମ୍ବର୍ଦ୍ଧନା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।












Click it and Unblock the Notifications