ନବୀନଙ୍କ ନିଷ୍ପତ୍ତିକୁ ସବୁ ମହଲରେ ପ୍ରଶଂସା

ରାଜ୍ୟବାସୀଙ୍କୁ ମାଗଣା କରୋନା ଟିକା ଯୋଗାଇ ଦେବା ନେଇ ଘୋଷଣା ପରେ ନବୀନଙ୍କୁ ସବୁ ମହଲରେ ପ୍ରଶଂସା ସୁଅ ଛୁଟିବାରେ ଲାଗିଛି । ପିଲାଠୁ ବୁଢା ସମସ୍ତ ମୁହଁରେ ଗୋଟିଏ କଥା, ଧନ୍ୟବାଦ ନବୀନ । ସୋସିଆଲ ମିଡିଆରୁ ରାଜନୀତି ମୈଦାନ, ଦଳୀୟ ନେତାଙ୍କଠୁ ବିରୋଧି ସମସ୍ତ ନବୀନଙ୍

ଭୁବନେଶ୍ବର: ଗତକାଲି ସନ୍ଧ୍ଯାରେ ପୁଣି ନିଜ ଉଦାର ହୃଦୟର ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ରାଜ୍ୟବାସୀଙ୍କୁ ମାଗଣା କରୋନା ଟିକା ଯୋଗାଇ ଦେବା ନେଇ ଘୋଷଣା ପରେ ନବୀନଙ୍କୁ ସବୁ ମହଲରେ ପ୍ରଶଂସା ସୁଅ ଛୁଟିବାରେ ଲାଗିଛି । ପିଲାଠୁ ବୁଢା ସମସ୍ତ ମୁହଁରେ ଗୋଟିଏ କଥା, ଧନ୍ୟବାଦ ନବୀନ । ସୋସିଆଲ ମିଡିଆରୁ ରାଜନୀତି ମୈଦାନ, ଦଳୀୟ ନେତାଙ୍କଠୁ ବିରୋଧି ସମସ୍ତ ନବୀନଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ।

naveen patnaik

ମେ ପହିଲାରୁ ରାଜ୍ୟରେ 18 ରୁ 45 ବର୍ଷ ବର୍ଗଙ୍କୁ ମିଳିବ ମାଗଣା କରୋନା ଟିକା । ଦୁଇ କୋଟି ଲୋକଙ୍କୁ ଦିଆଯିବ ଟିକା । ଏଥିପାଇଁ ଖର୍ଚ୍ଚ ହେବ ୨ ହଜାର କୋଟି ଟଙ୍କା । ଏନେଇ ଗତକାଲି ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ବାର୍ତ୍ତା ଜରିଆରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଥିଲେ, କରୋନା ଟିକା ପାଇଁ ମୋ ରାଜ୍ୟବାସାଙ୍କୁ ଗୋଟିଏ ବି ପଇସା ଦେବାକୁ ପଡିବ ନାହିଁ ।

ତେବେ କରୋନା ମହାମାରୀରୁ ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ବାସ୍ତବରେ ସ୍ବାଗତଯୋଗ୍ୟ ଓ ବର୍ତ୍ତମାନ ସମୟର ସବୁଠୁ ବଡ଼ ଆବଶ୍ୟକତା ବୋଲି ବିଜେଡି ମୁଖପାତ୍ର ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି। ସେହିପରି ଓଟିଡିସି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କା ସହାୟତା ଦେଇଛନ୍ତି ଓଟିଡିସି ଅଧ୍ୟକ୍ଷା ।

ସେହିପରି ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ଗୃହ ଓ ନଗର ଉନ୍ନୟନ ଓ ଆଇନ୍‍ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । କୋଭିଡ ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ ନେଇଥିବା ଏହି ବଡ ନିଷ୍ପତ୍ତି ଯୋଗୁଁ ପ୍ରାୟ ୨ କୋଟି ଓଡିଶାବାସୀ ଉପକୃତ ହେବେ ବୋଲି କହିଛନ୍ତି ପ୍ରତାପ ଜେନା । ସେହିପରି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନିଜେ ମଧ୍ୟ ୨୫୦ ଲୋକଙ୍କ ଟିକାକରଣ ଦାୟିତ୍ୱ ନେବେ ବୋଲି ନିଷ୍ପତି ନେଇଛନ୍ତି ଅମପ ପଟ୍ଟନାୟକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+