For Quick Alerts
Turn On Notification  
For Daily Alerts
Oneindia App Download

ନବୀନଙ୍କ ନିଷ୍ପତ୍ତିକୁ ସବୁ ମହଲରେ ପ୍ରଶଂସା

ରାଜ୍ୟବାସୀଙ୍କୁ ମାଗଣା କରୋନା ଟିକା ଯୋଗାଇ ଦେବା ନେଇ ଘୋଷଣା ପରେ ନବୀନଙ୍କୁ ସବୁ ମହଲରେ ପ୍ରଶଂସା ସୁଅ ଛୁଟିବାରେ ଲାଗିଛି । ପିଲାଠୁ ବୁଢା ସମସ୍ତ ମୁହଁରେ ଗୋଟିଏ କଥା, ଧନ୍ୟବାଦ ନବୀନ । ସୋସିଆଲ ମିଡିଆରୁ ରାଜନୀତି ମୈଦାନ, ଦଳୀୟ ନେତାଙ୍କଠୁ ବିରୋଧି ସମସ୍ତ ନବୀନଙ୍

|

ଭୁବନେଶ୍ବର: ଗତକାଲି ସନ୍ଧ୍ଯାରେ ପୁଣି ନିଜ ଉଦାର ହୃଦୟର ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ରାଜ୍ୟବାସୀଙ୍କୁ ମାଗଣା କରୋନା ଟିକା ଯୋଗାଇ ଦେବା ନେଇ ଘୋଷଣା ପରେ ନବୀନଙ୍କୁ ସବୁ ମହଲରେ ପ୍ରଶଂସା ସୁଅ ଛୁଟିବାରେ ଲାଗିଛି । ପିଲାଠୁ ବୁଢା ସମସ୍ତ ମୁହଁରେ ଗୋଟିଏ କଥା, ଧନ୍ୟବାଦ ନବୀନ । ସୋସିଆଲ ମିଡିଆରୁ ରାଜନୀତି ମୈଦାନ, ଦଳୀୟ ନେତାଙ୍କଠୁ ବିରୋଧି ସମସ୍ତ ନବୀନଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ।

naveen patnaik

ମେ ପହିଲାରୁ ରାଜ୍ୟରେ 18 ରୁ 45 ବର୍ଷ ବର୍ଗଙ୍କୁ ମିଳିବ ମାଗଣା କରୋନା ଟିକା । ଦୁଇ କୋଟି ଲୋକଙ୍କୁ ଦିଆଯିବ ଟିକା । ଏଥିପାଇଁ ଖର୍ଚ୍ଚ ହେବ ୨ ହଜାର କୋଟି ଟଙ୍କା । ଏନେଇ ଗତକାଲି ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ବାର୍ତ୍ତା ଜରିଆରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଥିଲେ, କରୋନା ଟିକା ପାଇଁ ମୋ ରାଜ୍ୟବାସାଙ୍କୁ ଗୋଟିଏ ବି ପଇସା ଦେବାକୁ ପଡିବ ନାହିଁ ।

ତେବେ କରୋନା ମହାମାରୀରୁ ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ବାସ୍ତବରେ ସ୍ବାଗତଯୋଗ୍ୟ ଓ ବର୍ତ୍ତମାନ ସମୟର ସବୁଠୁ ବଡ଼ ଆବଶ୍ୟକତା ବୋଲି ବିଜେଡି ମୁଖପାତ୍ର ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି। ସେହିପରି ଓଟିଡିସି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କା ସହାୟତା ଦେଇଛନ୍ତି ଓଟିଡିସି ଅଧ୍ୟକ୍ଷା ।

ସେହିପରି ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ଗୃହ ଓ ନଗର ଉନ୍ନୟନ ଓ ଆଇନ୍‍ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । କୋଭିଡ ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ ନେଇଥିବା ଏହି ବଡ ନିଷ୍ପତ୍ତି ଯୋଗୁଁ ପ୍ରାୟ ୨ କୋଟି ଓଡିଶାବାସୀ ଉପକୃତ ହେବେ ବୋଲି କହିଛନ୍ତି ପ୍ରତାପ ଜେନା । ସେହିପରି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନିଜେ ମଧ୍ୟ ୨୫୦ ଲୋକଙ୍କ ଟିକାକରଣ ଦାୟିତ୍ୱ ନେବେ ବୋଲି ନିଷ୍ପତି ନେଇଛନ୍ତି ଅମପ ପଟ୍ଟନାୟକ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
cm naveen patnaik decision for free vaccine is praised by all
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X