କୃଷି ବିଜ୍ଞାନୀ ଏସଏସ ସ୍ୱାମୀନାଥନଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ସବୁଜ ବିପ୍ଳବର ଜନକ କୃଷି ବିଜ୍ଞାନୀ ଏସଏସ ସ୍ୱାମୀନାଥନଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଏକ ବାର୍ତ୍ତାରେ ସିଏମ୍ କହିଛନ୍ତି, "ବିଶିଷ୍ଟ ବୈଜ୍ଞାନିକ ସ୍ଵାମୀନାଥନ୍ ଭାରତରେ ସବୁଜ ବିପ୍ଳବର ପିତା ଭାବରେ ଜଣାଶୁଣା । ଭାରତର କୃଷି କ୍ଷେତ୍ରରେ ବିପ୍ଳବ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ କୃଷକଙ୍କ ଅବସ୍ଥାକୁ ପରିବର୍ତ୍ତନ କରିଥିଲେ। ସେ ସାରା ଜୀବନ ଟେକ୍ନୋଲୋଜି ମାଧ୍ୟମରେ କୃଷକଙ୍କ ସଶକ୍ତିକରଣ ପାଇଁ କାର୍ଯ୍ୟ କରିଥିଲେ ଏବଂ କୃଷକମାନଙ୍କ ପାଇଁ ଉପଯୁକ୍ତ ଜନ ନୀତି ପାଇଁ କାମ କରିଥିଲେ। "
ଓଡିଶା ସହିତ ତାଙ୍କର ସମ୍ପର୍କକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ଓଡିଶାରେ ତାଙ୍କର ପ୍ରଥମ ଗବେଷଣା ଆରମ୍ଭ କରିଥିଲେ ଏବଂ ରାଜ୍ୟ କୃଷକମାନଙ୍କୁ ସବୁ ପ୍ରକାରରେ ସାହାଯ୍ୟ କରିବା ପାଇଁ ସର୍ବଦା ଉପଲବ୍ଧ ଥିଲେ। ଓଡିଶାର ଆଦିବାସୀ ଅଞ୍ଚଳରେ ଚାଷ କାର୍ଯ୍ୟରେ ଉନ୍ନତି ଆଣିବାରେ ସେ ମୁଖ୍ୟ ବିନ୍ଧାଣି ଥିଲେ । ତାଙ୍କ ମୃତ୍ୟୁ କୃଷି ବିଜ୍ଞାନ କ୍ଷେତ୍ରରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।

ଚେନ୍ନାଇ ପୂର୍ବାହ୍ନ ୧୧.୨୦ରେ ସ୍ୱାମୀନାଥନ ଶେଷ ନିଶ୍ୱାସ ତ୍ୟାଗ କରିଥିବା ନେଇ ସୂଚନା ରହିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ଦେଶରୁ ଖାଦ୍ୟ ସଙ୍କଟ ଦୂର କରିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ।
ତାଙ୍କ ଜନ୍ମ 7 ଅଗଷ୍ଟ 1925ରେ ହୋଇଥିଲା । 1972 ରୁ 1979 ପର୍ଯ୍ୟନ୍ତ ଭାରତୀୟ ପରିଷଦ କୃଷି ଅନୁସନ୍ଧାନର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଥିଲେ । କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣରେ ଭିଭୂଷିତ କରିଥିଲେ । ବିଭିନ୍ନ ପ୍ରକାରର ଧାନ ବିକଶିତ କରିବା ଭାରତର କୃଷକମାନଙ୍କୁ ଅଧିକ ଧାନ ଉତ୍ପାଦନ କରିବାରେ ସକ୍ଷମ କରାଇଥିଲେ ।












Click it and Unblock the Notifications