ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ସଡକ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍ ୱେରେ ଗତକାଲି ରାତିରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣା ହୋଇଥିଲା ଯେଉଁଥିରେ ମୃତ୍ୟୁ ସଂଖ୍ୟା ବଢି ୮ ରେ ପହଞ୍ଚିଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମବେଦନା ଜଣାଇଛନ୍ତି । ଶୋକ ପ୍ରକାଶ କରିବା ସହ ଟ୍ୱିଟ୍ କରି ଲେଖିଛନ୍ତି 'ଝାରସୁଗୁଡ଼ା ସରବାହାଲ ନିକଟରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଲୋକଙ୍କ ପ୍ରାଣହାନି ହୋଇଥିବା ବିଷୟରେ ଜାଣି ମୁଁ ଦୁଃଖିତ । ଅମର ଅତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ଲୋକଙ୍କ ପ୍ରତି ମୋର ସମବେଦନା ଜଣାଉଛି । ଏଥିସହ ଆହତ ବ୍ୟକ୍ତିମାନଙ୍କର ଆଶୁଆରୋଗ୍ୟ କାମନା କରୁଛି' ।

CM Naveen Patnaik

ତେବେ ଗତକାଲି ସନ୍ଧ୍ୟାରେ ଏକ ପ୍ଲାଣ୍ଟରୁ ଶ୍ରମିକ ନେଇ ଯାଉଥିବା ବସକୁ ଧକ୍କା ଦେଇଥିଲା ହାଇୱା । ବସରେ ପ୍ରାୟ ୬୦ରୁ ଉର୍ଦ୍ଧ କର୍ମଚାରୀ ଥିବା ସୂଚନା ରହିଛି । ସରବାହାଲ ନିକଟରେ ଏକ କୋଇଲା ବୋଝେଇ ହୋଇଥିବା ହାଇୱା ପ୍ରଥମେ ଦୁଇଟି ଗାଈଙ୍କୁ ଧକ୍କା ଦେଇ ଡିଭାଇଡର କ୍ରସ୍ କରି ରାସ୍ତା ଅପରପାର୍ଶ୍ୱରେ ଯାଉଥିବା ଏକ ବସକୁ ଧକ୍କା ଦେଇଥିଲା । ଯାହା ଫଳରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଗୁରୁତର ଅଛନ୍ତି । ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ନେଇ ସୂଚନା ରହିଛି । ମୃତକ ହେଲେ ବ୍ରଜପାଳ ସିଂ, ପଙ୍କଜ ଝା, ରାଜେନ୍ଦ୍ର ତିବାରୀ, ଶେର ବାହାଦୂର ଓ ବିକାଶ କୁମାର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+