Get Updates
Get notified of breaking news, exclusive insights, and must-see stories!

ଜନସେବାରେ 25 ବର୍ଷ ପୁରୁଣ କଲେ ନବୀନ

ଦେଶର ଲୋକପ୍ରିୟ ରାଜନେତା ଭାବେ ନବୀନ ପଟ୍ଟନାୟକ ବର୍ତ୍ତମାନ ଜଣେ ପରିଚିତ ଚେହେରା। ଆଜିକୁ ୨୫ ବର୍ଷ ତଳେ ସେ ରାଜନୀତିରେ ପ୍ରବେଶ କରିଥିଲେ । ଆଉ ବର୍ତ୍ତମାନ ଭାରତବର୍ଷର ଜଣେ ଅପ୍ରତିଦ୍ବନ୍ଦ୍ବୀ ରାଜନେତା ଭାବେ ନିଜକୁ ପ୍ରତିଷ୍ଠିତ କରିବାରେ ସକ୍ଷମ ହୋଇଛନ୍ତି।

ଭୁବନେଶ୍ବର : ଦେଶର ଲୋକପ୍ରିୟ ରାଜନେତା ଭାବେ ନବୀନ ପଟ୍ଟନାୟକ ବର୍ତ୍ତମାନ ଜଣେ ପରିଚିତ ଚେହେରା। ଆଜିକୁ 25 ବର୍ଷ ତଳେ ସେ ରାଜନୀତିରେ ପ୍ରବେଶ କରିଥିଲେ । ଆଉ ବର୍ତ୍ତମାନ ଭାରତବର୍ଷର ଜଣେ ଅପ୍ରତିଦ୍ବନ୍ଦ୍ବୀ ରାଜନେତା ଭାବେ ନିଜକୁ ପ୍ରତିଷ୍ଠିତ କରିବାରେ ସକ୍ଷମ ହୋଇଛନ୍ତି। ବିଜେଡି ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ସର୍ବାଧିକ ସମୟ ଧରି କ୍ଷମତା ଭାର ସମ୍ଭାଳିଛନ୍ତି । ରାଜନୀତିରେ କୁଶଳ ରଣନୀତି, ଅଭିଜ୍ଞତା ଓ ପ୍ରଶାସନିକ ଦକ୍ଷତା ତାଙ୍କୁ ସାରା ଦେଶରେ ଅଧିକ ପରିଚିତ କରାଇ ପାରିଛି ।

cm

ଜନତାଙ୍କ ପାଇଁ ନିସ୍ବାର୍ଥପର ଭାବେ କାର୍ଯ୍ୟ ଦ୍ବାରା ସେ ସାଢ଼େ 4 କୋଟି ଓଡ଼ିଆଙ୍କ ଏଇ ବିଶାଳ ପରିବାରକୁ ପ୍ରଗତି ପଥରେ ନେଇ ଶୀର୍ଷ ସ୍ଥାନରେ ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି ନବୀନ । ତାଙ୍କ ଦୂରଦୃଷ୍ଟି ଓଡ଼ିଶାକୁ ଗତ ଦୁଇ ଦଶନ୍ଧି ମଧ୍ୟରେ ପରିବର୍ତ୍ତନ କରାଇ ପାରିଛି । ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବା ରାଜ୍ୟକୁ ଦେଶର ନେତୃତ୍ବ ନେବା ରାଜ୍ୟରେ ପରିଣତ କରାଇ ପାରିଛି ପୂର୍ବରୁ ଆମ ରାଜ୍ୟ ବିଭିନ୍ନ ସହାୟତା ନେଇ ଅନ୍ୟ ରାଜ୍ୟ ଓ ଦେଶ ଉପରେ ନିର୍ଭରଶୀଳ ଥିଲା । ହେଲେ ବର୍ତ୍ତମାନ ଏହା ସଂପୂର୍ଣ୍ଣ ପରିବର୍ତ୍ତିତ । ଏଥିନେଇ ନବୀନ ପଟ୍ଟନାୟକ ସାରା ଓଡିଶାବାସୀଙ୍କ ହୃଦୟରେ ଜାଗା ବନେଇ ପାରିଛନ୍ତି । ପ୍ରତିଟି ଓଡିଆଙ୍କ ପ୍ରିୟ ରାଜନେତା ସହ ବିକଶିତ ଓଡିଶାର ମଉଡମଣି ହୋଇ ପାରିଛନ୍ତି ।

naveen pat

ପରିବାର ଓ ପିଲାଦିନ:

ନବୀନ ପଟ୍ଟନାୟକ ପିତା ବିଜୁ ପଟ୍ଟନାୟକ ଓ ମାତା ଜ୍ଞାନ ପଟ୍ଟନାୟକଙ୍କ ସାନ ପୁଅ ଭାବରେ କଟକଠାରେ 1946 ମସିହା ଅକ୍ଟୋବର 16 ତାରିଖରେ ଜନ୍ମ ନେଇଥିଲେ । ସେ ଡେରାଡୁନର ଉଏଲହାମ ସ୍କୁଲ ଓ ଡୁନ ସ୍କୁଲରେ ଶିକ୍ଷାଲାଭ କରିଥିଲେ । ତାହା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ କୀ ରୋକି ମଲ୍ଲ ମହାବିଦ୍ୟାଳୟରୁ କଳାରେ ସ୍ନାତକ ଡିଗ୍ରି ହାସଲ କରିଥିଲେ । ସେ ବିଦ୍ୟାଳୟରେ ପଢୁଥିବାବେଳେ ଗୋଲ ରକ୍ଷକଭାବେ ହକି ଖେଳୁଥିଲେ । ନବୀନ ଯୁବାବସ୍ଥାରେ ଲେଖା ପ୍ରତି ରୁଚି ରଖୁଥିବା ବେଳେ ପିତା ସ୍ୱର୍ଗତ ବିଜୁ ବାବୁଙ୍କ ଦେହାନ୍ତ ପରେ ସେ 1997ରେ ରାଜନୀତିରେ ପ୍ରବେଶ କରିଥିଲେ ।

ରାଜନୈତିକ ଜୀବନ :

ନାବାଗତ ଭାବେ ରାଜନୀତିକୁ ଆସିଥିବା ନବୀନ ଆସିକାରୁ ଉପନିର୍ବାଚନରେ ଜିତିଥିଲେ। 1997 ଜୁନ୍ 1ରେ ପ୍ରଥମ ଥର ପାଇଁ ସାଂସଦ ହୋଇଥିଲେ । ଆଉ ଏଠାରୁ ହିଁ ଆରମ୍ଭ ହୋଇଥିଲା ରାଜନୀତିର ଯାତ୍ରା । ଏହା ପରେ ସେ କେବଳ ଆଗକୁ ହିଁ ବଢିଛନ୍ତି କେବେ ପଛକୁ ଫେରି ଚାହିଁ ନାହାଁନ୍ତି । ନା କେବେ ହାରିଛନ୍ତି । ତେବେ ରାଜନୀତିକୁ ଆସି ନବୀନଙ୍କ ଲୋକସେବାକୁ ଇତିମଧ୍ୟରେ 25 ବର୍ଷ ପୂରିଛି। 2 ଥର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ହେବା ପରେ ଓଡ଼ିଶା ଶାସନ ଭାର ସମ୍ଭାଳିଥିଲେ। କ୍ରମାଗତ ଭାବେ 5ଥର ରାଜ୍ୟବାସୀ ନବୀନଙ୍କୁ ନିଜର ମୁଖ୍ୟମନ୍ତ୍ରୀ ଭାବେ ବାଛିଛନ୍ତି ।

cm

ବିଜୁଙ୍କ ବିଚାରଧାରା, ଭାବମୂର୍ତ୍ତି ଓ ଲୋକଙ୍କ ସଦ୍ଦିଚ୍ଛା ଏବଂ ଭଲପାଇବା ଆଧାରରେ ଦଳ ପ୍ରତ୍ୟକ୍ଷ ରାଜନୀତିରେ ଜନ ସମର୍ଥନ ହାସଲ ପାଇଁ ନିଷ୍ପତ୍ତି ନେଇଥିଲା। ଏହାର ନେତୃତ୍ବ ପାଇଁ ବିଜୁଙ୍କ ଦାୟାଦ ଭାବେ ନବୀନଙ୍କୁ ସେମାନେ ଦଳର ସଭାପତି ଆସନରେ ବସାଇଥିଲେ। ଏକ ଭିନ୍ନ ପରିସ୍ଥିତି କ୍ରମେ ବାଧ୍ୟ ବାଧକତାରେ ଲେଖକରୁ ରାଜନୀତିରେ ପାଦ ଥାପିଥିଲେ ନବୀନ । ଏହାପର ଠୁ ନିରବଚ୍ଛିନ୍ନ ଭାବେ 25 ବର୍ଷ ହେବ ପିତାଙ୍କ ରାଜନୈତିକ ବିଚାରଧାରାକୁ ବଜାୟ ରଖିଛନ୍ତି।

ନବ ଗଠିତ ଆଞ୍ଚଳିକ ଦଳ ବିଜେଡିର ସଭାପତି ପଦ ସହ କେନ୍ଦ୍ରମନ୍ତ୍ରୀରୁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକରି ନବୀନ ଅନେକ ସମସ୍ୟାର ସାମନା କରିଛନ୍ତି। ପ୍ରତିକୂଳ ପରିସ୍ଥିତି ମଧ୍ୟରେ ସମସ୍ତ ସମସ୍ୟାକୁ ସେ ଧୈର୍ଯ୍ୟର ସହ ମୁକାବିଲା କରି ଆଜି ସଫଳ ରାଜନେତାରେ ପରିଣତ ହୋଇଛନ୍ତି ।

ତାଙ୍କର କାର୍ଯ୍ୟଶୈଳୀ, ନିଷ୍ପତ୍ତି ଓ ଯୋଜନା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ମାର୍ଜିତ ବ୍ୟବହାର, କଥା କମ କାମରେ ବିଶ୍ବାସ ଓ ପ୍ରଶାସନରେ କଠୋର ଆଭିମୁଖ୍ୟ ତାଙ୍କୁ ଅଧିକ ଲୋକପ୍ରିୟ କରିଛି। ପଞ୍ଚମଥର ପାଇଁ ରାଜ୍ୟର ଶାସନ ଭାର ସମ୍ଭାଳିବା ସହ ରାଜନୈତିକ ଯାତ୍ରା ପଥରେ ପ୍ରତିଥର ଅଭୂତପୂର୍ବ ଜନ ସମର୍ଥନ ସହ ସେ ଅପରାଜେୟ ରାଜନେତା ଭାବେ ନିଜକୁ ଅଧିକ ସଶକ୍ତ କରି ପାରିଛନ୍ତି।

ଓଡିଶାର ନୂତନ ଚିତ୍ର:

1999 ମହାବାତ୍ୟା ଭଳି ସବୁଠାରୁ ବଡ଼ ଦୁର୍ଦ୍ଦିନରୁ ଓଡ଼ିଶାକୁ ଉଦ୍ଧାର କରି ନବନିର୍ମାଣର କାରିଗରୀ ସହ ନବୀନ ପଟ୍ଟନାୟକ ରାଜ୍ୟକୁ ବିକାଶର ଏକ ନୂଆ ଯୁଗରେ ଆଣି ପହଞ୍ଚାଇ ପାରିଛନ୍ତି। 2000 ମସିହାରୁ ନବୀନ ପଟ୍ଟନାୟକ ଓଡ଼ିଶାର ବିକାଶ ଓ ରୂପାନ୍ତରଣର ନେତୃତ୍ବ ନେଇ ଆସୁଛନ୍ତି। ସେ ଯେ ଦେଶର ସବୁଠାରୁ ସଫଳ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଏଥିରେ କୌଣସି ଦ୍ବିମତ ନାହିଁ। ଏହା ପଛରେ ଦୁର୍ନୀତିର ଟିକିଏ ମାତ୍ର ଛାଇ ନାହିଁ ।

cm naveen

ପ୍ରାୟ ଦୁଇ ଦଶନ୍ଧି କାଳ ରାଜ୍ୟକୁ ଶାସନ କରି ଆସିଥିବା, ୫ ଥରର ଏହି ମୁଖ୍ୟମନ୍ତ୍ରୀ କିନ୍ତୁ ଅତି ସରଳ, ଲୋ-ପ୍ରୋଫାଇଲ ସର୍ବସାଧାରଣ ଜୀବନ ଜୀଇଁବାରେ ବିଶ୍ବାସ ରଖନ୍ତି। ସୁଟ୍‌ବୁଟ୍ ନୁହେଁ କି ଦାମୀ ପୋଷାକ ନୁହେଁ, ସାଦାସିଧା ଧଳା କୁର୍ତ୍ତା ପାଇଜାମା ଓ ହଳେ ଚପଲ ତାଙ୍କ ପରିଧାନ। କିନ୍ତୁ ସେ ବେଶ୍ ମଜବୁତ ଆତ୍ମବିଶ୍ବାସୀ ଓ ବିପୁଳ ଲୋକପ୍ରିୟତା ଠାରୁ ଅଧିକ ବିଶାଳ ପରିବ୍ୟାପ୍ତ ତାଙ୍କ ଜୀବନ। ମତଦାତାଙ୍କ ଲଗାତର ସମର୍ଥନ ଓ ଭୋଟ ବିଜୟ ତାଙ୍କୁ କେବଳ ଅଧିକ ବିନମ୍ର ଓ ସେବାଭିମୁଖୀ କରିଛି।

ମହିଳାଙ୍କ ପାଇଁ ଯୋଜନା:

ବିପର୍ଯ୍ୟୟ ପରିଚାଳନାଠାରୁ ଆରମ୍ଭ କରି ଶିଳ୍ପାୟନ ପର୍ଯ୍ୟନ୍ତ, ନୀତି ଆୟୋଗ ଏବଂ ଯୋଜନା ଆୟୋଗ ଅନୁଯାୟୀ ଯେକୌଣସି ରାଜ୍ୟ ଦ୍ୱାରା ସର୍ବାଧିକ ଦାରିଦ୍ର୍ୟ ହ୍ରାସ କରିବା ଠାରୁ ଆରମ୍ଭ କରି ବୃଦ୍ଧମାନଙ୍କ ପାଇଁ ସାମାଜିକ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିବା ପର୍ଯ୍ୟନ୍ତ । ନବୀନ ରାଜ୍ୟରେ ଆଗେଇ ନେଇଛନ୍ତି । ପ୍ରାୟ 7 ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳା ସଶକ୍ତିକରଣ ଏବଂ ଏହି ଏସଏଚଜିରେ 80 ଲକ୍ଷ ମହିଳାଠାରୁ ଆରମ୍ଭ କରି ମିଶନ ମମତା ପର୍ଯ୍ୟନ୍ତ ଯାହାକୁ ଜାତୀୟ ମାତୃତ୍ୱ ଯୋଜନା ଆଦି କରିଛନ୍ତି । ନବୀନ ତାଙ୍କ ରାଜନୀତିର 25 ବର୍ଷ ମଧ୍ୟରେ ଏକ ଅବିସ୍ମରଣୀୟ ପଦଚିହ୍ନ ଛାଡିଛନ୍ତି ।

କେବଳ ମହିଳା ନୁହଁନ୍ତି ଚାଷୀ ଭାଇ, ଛାତ୍ରଛାତ୍ରୀ ଓ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଅନେକ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାଳିଆ ଯୋଜନା ଠାରୁ ଆରମ୍ଭ କରି, ମହପରାୟଣ ଯୋଜନା, ଖୁସି ଯୋଜନା, ମିଶନ ଶକ୍ତି, ଓଡିଶା ନିଦାନ ଯୋଜନା,ଆମ କ୍ଲିନିକ, ଅନମୋଲ ଯୋଜନା ଆଦି ଅର୍ନ୍ତଭୁକ୍ତ । ଏସବୁ ଦ୍ବାରା ରାଜ୍ୟୟରେ ପ୍ରତ୍ୟେକ ଶ୍ରେଣୀର ଲୋକ ଉପକୃତ ହେବା ସହ ରାଜ୍ୟକୁ ଉନ୍ନତି ପଥରେ ଆଗେଇ ନେବାକୁ ପ୍ରଚେଷ୍ଟା କରୁଛନ୍ତି ନବୀନ ।

ସମ୍ମାନ
ଅନ୍ତର୍ଜାତୀୟ ହକି ମହାସଂଘ ପକ୍ଷରୁ ନବୀନଙ୍କୁ ହକି ଖେଳର ପ୍ରଚାର ଓ ପ୍ରସାର ନିମନ୍ତେ ଅବଦାନ ପାଇଁ "ଏଫ.ଆଇ.ଏଚ. ସଭାପତି ପୁରସ୍କାର" ପ୍ରଦାନ କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+