ଯାଜପୁର ଟ୍ରେନ୍ ଟ୍ରାଜେଡ଼ିରେ ୬ ମୃତ ଶ୍ରମିକଙ୍କ ପାଇଁ ୫ ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଯାଜପୁର ରୋଡ଼ ରେଳ ଷ୍ଟେସନ ନିକଟରେ ଘଟିଥିବା ରେଳ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ମୃତ ଶ୍ରମିକଙ୍କ ପାଇଁ ୫ ଲକ୍ଷର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଘଟଣାରେ ସେ ଗଭୀର ଶୋକ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏଥି ସହିତ ଦୁର୍ଘଟଣାରେ ଆହତ ଦୁଇ ଜଣଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଯାଜପୁର ରୋଡ଼ ରେଳ ଷ୍ଟେସନରେ ଆଜି ଅପରାହ୍ନରେ ଟ୍ରେନ ଦ୍ବାରା କଟି ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଗୁରୁତର ଭାବେ ଆହତ ହୋଇଛନ୍ତି । ବର୍ଷାରୁ ରକ୍ଷା ପାଇଁ ଷ୍ଟେସନରେ ଠିଆ ହୋଇଥିବା ଟ୍ରେନ୍ ବଗିତଳେ ଆଶ୍ରୟ ନେଇଥିଲେ । ଟ୍ରେନ୍ ଚାଲିବା ପରେ ଘଟିଲା ଏପରି ଅଘଟଣ ।
ଉଲ୍ଲେଖଥାଉ କି, ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାର ଛାତିଥରା ଦୃଶ୍ୟ ମନରୁ ଲିଭି ନଥିବା ବେଳେ ଆଜି ପୁଣି ଏହି ଟ୍ରେନ୍ ଟ୍ରାଜେଡ଼ି ଘଟିଛି । ଓଡ଼ିଶାର ବାଲେଶ୍ୱର ସ୍ଥିତ ବାହାନଗାରେ ଗତ ଶୁକ୍ରବାର ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ 288 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି 900 ଲୋକ ଆହତ ହୋଇଛନ୍ତି ।












Click it and Unblock the Notifications