Get Updates
Get notified of breaking news, exclusive insights, and must-see stories!

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଆଉ ବର୍ଷେ ମିଳିବ ମୁଣ୍ଡ ପିଛା 5 କେଜି ମାଗଣା ଚାଉଳ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ଆଉ ବର୍ଷେ ମିଳିବ ମାଗଣା ଚାଉଳ । ମୁଣ୍ଡ ପିଛା ୫ କେଜି ମିଳିବ ମାଗଣା ଚାଉଳ । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ବର୍ଷକ ଯାଏଁ ମିଳିବ ମାଗଣା ଚାଉଳ ।

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ଆଉ ବର୍ଷେ ମିଳିବ ମାଗଣା ଚାଉଳ । ମୁଣ୍ଡ ପିଛା ୫ କେଜି ମିଳିବ ମାଗଣା ଚାଉଳ । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ବର୍ଷକ ଯାଏଁ ମିଳିବ ମାଗଣା ଚାଉଳ । ଜାନୁଆରୀ ୨୩ରୁ ଡିସେମ୍ବର ୨୩ ଯାଏଁ ମିଳିବ ଚାଉଳ । ଏ ବାବଦରେ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ ୧୮୫ କୋଟି । ଏଥିରେ ରାଜ୍ୟର ୮.୦୯ ଲକ୍ଷ ହିତାଧିକାରୀ ଉପକୃତ ହେବେ ବୋଲି ଜଣାଯାଇଛି ।

ମାଗଣା ଚାଉଳ

ସୂଚନାଯୋଗ୍ୟ, କୋଭିଡ ସମୟରେ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ମାଗଣା ଚାଉଳ ପ୍ରତଦାନ କରିଥିଲେ । ରୋଜଗାର ହରାଇଥିବା ଗରିବ ଅସହାୟ ଲୋକଙ୍କୁ ପାଇଁ ଜନକଲ୍ୟାଣ କାର୍ଯ୍ୟ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ୨୦୧୮ରୁ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳୁଛି ମାଗଣା ଚାଉଳ । ଜାତୀୟ ଖାଦ୍ୟ ସୁରକ୍ଷାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ମିଳୁଛି ମାଗଣା ଚାଉଳ ।

କୋଭିଡ ସମୟରେ ହିତାଧିକାରୀଙ୍କୁ ଚାଉଳ ସହ ମିଳୁଥିଲା ମାଗଣା ଡାଲି । ୨୮ମାସ ଧରି ମହାମାରୀ ସମୟରେ ରାଜ୍ୟ ସରକାର ହିତାଧିକାରୀଙ୍କୁ ସହାୟତା ଯୋଗାଉ ଥିଲେ । ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ସରକାର କୋଭିଡ୍ ସମୟରେ ୨ ଥର ହଜାରେ ଟଙ୍କା ଲେଖାଏ ପ୍ରଦାନ କରିଥିଲେ ।

କିନ୍ତୁ କୋଭିଡ ପରବର୍ତ୍ତୀ ସ୍ଥିତିରେ ମଧ୍ୟ ସାଧାରଣ ଗରିବ ଲୋକଙ୍କ ପାଇଁ ଏହି ସହାୟତା ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆ ବର୍ଷରେ ପୁଣି ଗରିବ ସାଧରଣ ଲୋକଙ୍କ ପରିବାରକୁ ପ୍ରଦାନ କରିବେ ଏହି ମାଗଣା ରାସନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+