ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ୨୦୨୩ରେ ପଦ୍ମପୁର ହେବ ସ୍ୱତନ୍ତ୍ର ଜିଲ୍ଲା
ନିର୍ବାଚନୀ ସଭାରେ ନବୀନଙ୍କ ଘୋଷଣା । ୨୦୨୩ରେ ପଦ୍ମପୁର ହେବ ସ୍ୱତନ୍ତ୍ର ଜିଲ୍ଲା । ଜିଲ୍ଲାବାସୀଙ୍କ ସ୍ୱପ୍ନ ସାକାର ହେବ । ୨୦୨୩ ଶେଷ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା କରାଯିବ ।
ପଦ୍ମପୁର: ନିର୍ବାଚନୀ ସଭାରେ ନବୀନଙ୍କ ଘୋଷଣା । ୨୦୨୩ରେ ପଦ୍ମପୁର ହେବ ସ୍ୱତନ୍ତ୍ର ଜିଲ୍ଲା । ଜିଲ୍ଲାବାସୀଙ୍କ ସ୍ୱପ୍ନ ସାକାର ହେବ । ୨୦୨୩ ଶେଷ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା କରାଯିବ । ଆଜି ବିଜେଡି଼ ପାଇଁ ପ୍ରଚାର ମୈଦାନ ଓହ୍ଲାଇ ଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦ୍ମପୁରରେ ପହଞ୍ଚି ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିଥିଲେ ବିଜେଡ଼ି ସୁପ୍ରିମୋ । ୩ଟି ସ୍ଥାନରେ ନିର୍ବାଚନୀ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଆଶୀର୍ବାଦ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଦୀର୍ଘ ବର୍ଷ ହେବ ପଦ୍ମପୁର ବାସୀ ଯେଉଁ ଦାବି କରି ଆସୁଥିଲେ ତାହା ଖୁବଶୀଘ୍ର ପୂରଣ ହେବ । ୨୦୨୩ରେ ପଦମପୁରକୁ ଜିଲ୍ଲା ମାନ୍ୟତା ଦିଆଯିବ । ତାଙ୍କର ଏହି ପ୍ରତିଶ୍ରୁତି ପରେ ପଦମପୁରବାସୀଙ୍କ ଭିତରେ ଖୁସିର ଲହରି ଖେଳିଯାଇଛି ।
ସେହିପରି ମୁଖ୍ୟମନ୍ତ୍ରୀ ଅହୁରି କହିଥିଲେ ଯେ, ଚାଷୀଙ୍କ ପାଇଁ ୨୦୦ କୋଟି ଟଙ୍କାର ଇନପୁଟ୍ ସବସିଡ୍ ଘୋଷଣା ହୋଇଛି । ଆଚରଣ ବିଧି ଉଠିବା ପରେ ଚାଷୀଙ୍କୁ ଇନପୁଟ ସବସିଡ୍ ଦିଆଯିବ । ଗରିବ ଚାଷୀଙ୍କ ହକ୍ ପାଇଁ ଲଢ଼ୁଛି ବିଜୁ ଜନତା ଦଳ । କଥାରେ ନୁହେଁ କାମରେ ବିଶ୍ୱାସ କରେ ବିଜୁ ଜନତା ଦଳ । ମାଆ ମାନଙ୍କୁ ଉଦ୍ୟୋଗୀ କରିବା ମୋ ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ଏଥିସହିତ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଅନ୍ୟପଟେ କେନ୍ଦୁପତ୍ରରେ ଜିଏସଟି ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ନବୀନ । କେନ୍ଦୁପତ୍ର ଉପରେ କେନ୍ଦ୍ର ୧୮ପ୍ରତିଶତ ଜିଏସଟି ଲଗାଉଛି ହେଲେ ସୁନା ଦୋକାନୀ ମାତ୍ର ୩ପ୍ରତିଶତ ଜିଏସଟି ଦେଉଛନ୍ତି । ଫସଲବୀମା ଯୋଜନା କେନ୍ଦ୍ରର । ପଦ୍ମପୁର ଚାଷୀଙ୍କ ଫସଲବୀମା କେନ୍ଦ୍ର ନିକଟରେ ୧୮ମାସ ହେଲା ପଡିରହିଥିଲା ହେଲେ ଚାଷୀ ଆନ୍ଦୋଳନ ପରେ କେନ୍ଦ୍ରର ନୀଦ ଭାଙ୍ଗିଲା ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ।












Click it and Unblock the Notifications