Get Updates
Get notified of breaking news, exclusive insights, and must-see stories!

ସୁନ୍ଦରଗଡ଼ ସଡ଼କ ଦୁର୍ଘଟଣା ମାମଲା: ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Accident News: ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗର ମୁଣ୍ତା ଦୁର୍ଘଟଣା ମାମଲା । ଆଜି ଭୋଜି ସାରି ଘରକୁ ଫେରିବା ସମୟରେ ଏକ ଅଟୋକୁ ଧକ୍କ ଦେଇଥିଲା ହାଇୱା । ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁର ଆହତ ହୋଇଥିଲେ । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତକ ମହିଳା ଏବଂ ଗୋଟିଏ ପରିବାରର ହୋଇଥିବା ନେଇ ସୂଚନା ରହିଛି ।

Sundargarh

ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୫ ଜଣଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିବା ସହ ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି । ସେହିପରି ଆହତ ମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏଥି ସହ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସୂଚନାଥାଉ ଯେ, ପିକନିକ୍ ସାରି ଗୋଟିଏ ପରିବାର ଅଟୋରେ ଘରକୁ ଫେରୁଥିବା ବେଳେ ତିଲେନଡିହି ନିକଟରେ ବିଚ୍ ରାସ୍ତାରେ ଏକ ହାଇୱା ଅଟୋ ଉପରେ ଚଢିଯାଇଥିଲା । ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୨ ଜଣ ଆହତ ହୋଇଥିଲେ । ତେବେ ମୃତକ ୫ ଜଣ ହେଉଛନ୍ତି ମହିଳା । ଖବର ପାଇ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଜଣେ ମହିଳା ଓ ଜଣେ ଶିଶୁଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ସ୍ୱାସ୍ଥ୍ୟ ବର୍ତ୍ତମାନ ଗୁରୁତର ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+