ଆଜି ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ
ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ନ ସାଢ଼େ ୩ଟାରେ ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ୱର: ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ନ ସାଢ଼େ ୩ଟାରେ ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ପରିଦର୍ଶନ କରିବେ । ଆକାଶ ମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବେ । ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ରହିବେ ।

ଉଲ୍ଲେଖଥାଉ କି, ରାଜ୍ୟର ବିଭିନ୍ନ ଜିଲ୍ଲରେ ଏବେ ଜଳବନ୍ଦୀ ପରିସ୍ଥିତି ଲାଗି ରହିଛି । ବିଭିନ୍ନ ସ୍ଥାନରେ ଲୋକେ ଏବେ ପାଣି ଘେରରେ ରହିଛନ୍ତି । ଏକର ଏକର ଚାଷ ଜମି ଜଳ ମଗ୍ନ ହୋଇଯାଇଛି । ରାଜ ରାସ୍ତାରେ ପାଣି ଚାଲୁଛି । ତେବେ ହୀରାକୁଦରେ ଜଳସ୍ଥର କମିଥିଲେ ମଧ୍ୟ ବନ୍ୟା ପରିସ୍ଥିତରେ ସୁଧାର ଆସି ନାହିଁ । କିଛି ଅଞ୍ଚଳରେ ଲୋକେ ବନ୍ୟା ପାଇଁ ଛାତ ଉପରେ ଆଶ୍ରୟ ନେଉଛନ୍ତି । ଆଉ କେତେକ ସ୍ଥାନରେ ନଦୀ ବନ୍ଧରେ ତମ୍ବୁଟାଣି ଜୀବନ ବଞ୍ଚାଇବାକୁ ସଂଗ୍ରାମ କରୁଛନ୍ତି ।
ଓଡ୍ରାଫ୍, ଏନଡିଆରଏଫ୍ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଜଳବନ୍ଦି ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ସେପଟେ, ଆଜିଠାରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏଣୁ ନଦୀ ବନ୍ଧ ହେଉ କି ଛାତ ଉପରେ ରହୁଥିବା ଲୋକଙ୍କ ଦୁର୍ଦ୍ଦଶା ବହୁଗୁଣିତ ହେବ ।
ସେପଟେ ଆଜି ଓଡିଶା ଆକାଶରେ ପୁଣି ଏକ ଲଘୁଚାପ । ଏପଟେ ବନ୍ୟା ପରିସ୍ଥିତ ଲାଗି ରହିଥିବା ବେଳେ ପୁଣି ଏକ ଲଘୁଚାପ ଲୋକଙ୍କ ମନରେ ଭୟ ଖେଳାଇ ଦେଇଛି ।












Click it and Unblock the Notifications