ଲତା ଦିଦିଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ: କହିଲେ, ଚୀରକାଳ ବଞ୍ଚି ରହିବ ତାଙ୍କ ଗୀତ

ଲତାଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, କିମ୍ବଦନ୍ତୀ ଗାୟିକା ତଥା ମେଲୋଡି କୁଇନ ଲତା ତାଙ୍କର ଅପୂର୍ବ କଣ୍ଠ ଯୋଗୁ ଚିରକାଳ ଅମର ରହିବେ।

ଭୁବନେଶ୍ୱର: ପରଲୋକରେ ସ୍ୱର ସାମ୍ରାଜ୍ଞୀ ଭାରତ ରତ୍ନ ଲତା ମଙ୍ଗେସକର । ୯୨ ବର୍ଷ ବୟସରେ ଆଖି ବୁଜିଲେ ଲତା ଦିଦି । ସାରା ଦେଶରେ ଶୋକର ଛାୟା । ଲତାଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

lata mangeshkar

ନବୀନ କହିଛନ୍ତି, କିମ୍ବଦନ୍ତୀ ଗାୟିକା ତଥା ମେଲୋଡି କୁଇନ ଲତା ତାଙ୍କର ଅପୂର୍ବ କଣ୍ଠ ଯୋଗୁ ଚିରକାଳ ଅମର ରହିବେ। ତାଙ୍କ ପରଲୋକ ବିଷୟରେ ଜାଣି ମୁଁ ଗଭୀର ମର୍ମାହତ । ସମଗ୍ର ସଙ୍ଗୀତ ଜଗତ ପ୍ରତି ଏହା ଅପୀରଣୀୟ କ୍ଷତି ।

ସେ 'ମେଲୋଡି କୁନ୍ ଅଫ୍ ଇଣ୍ଡିଆ'। ଆମର ସାମୂହିକ ଚେତନାରେ ଏକ ଶୂନ୍ୟସ୍ଥାନ ଛାଡିଦେଇ ଚାଲିଗଲେ। ସେ ଚୀରକାଳ ପାଇଁ ନିଜ ସଙ୍ଗୀତକୁ ନେଇ ବଞ୍ଚି ରହିବେ। ତାଙ୍କର ବିୟୋଗରେ ମୁଁ ଗଭୀର ମର୍ମାହତ, ଶୋକ ସ୍ତପ୍ତ ପରିବାର ବର୍ଗକୁ ମୋର ସମବେଦନା ବୋଲି କହିଛନ୍ତି ନବୀନ ପଟ୍ଟନାୟକ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲତା ମଙ୍ଗେସକରଙ୍କ ଦେହାନ୍ତରେ ଶୋକବାର୍ତ୍ତା ଜ୍ଞାପନ କରିଛନ୍ତି । ଏହି ଖବର କେବଳ ମୋ ପାଇଁ ନୁହେଁ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଦୁଃଖଦ । ଅନେକ ଭାଷାରେ ଅନେକ ଗୀତ ଗାଇଛନ୍ତି । ଗୋଟେ ପରେ ଗୋଟେ ପିଢୀରେ ଭିନ୍ନ ଏକ ଅନୁଭୂତି ଆଣିଛନ୍ତି । ଏହି ସଙ୍ଗୀତର ଚିତ୍ର ସମଗ୍ର ଭାରତରେ ଦେଖିବାକୁ ମିଳିଥାଏ । ଯେବେ ବି ମୁଁ ଦିଦିଙ୍କ ସହ ସାକ୍ଷାତ କରିବାକୁ ଯାଇଥାଏ, ଦିଦି ପୁରା ଯୋଶର ସହ ମୋତେ ସ୍ୱାଗତ କରିଥାନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରି ଲେଖିଛନ୍ତି, ଲତା ଦିଦି ଭିନ୍ନ ପ୍ରକାରର ଭାବ ଦେଉଥିଲେ । ଦଶକ ଦଶକ ଧରି ଇତିହାସକୁ ବଦଳାଇଛନ୍ତି । ଲତା ଦିଦି ଚାଲିଗଲେ । ଦେଶରେ ବହୁତ ବଡ ଶୂନ୍ୟତା କରି ଚାଲିଗଲେ । ଯାହାକୁ ଭରିହେବ ନାହିଁ ।ଚ୍ଚଳଚିତ୍ର ବ୍ୟତୀତ ଦେଶର ପ୍ରଗତିରେ ଚିନ୍ତିତ ଥିଲେ ଲତା ମଙ୍ଗେସକର । ସର୍ବଦା ମଜଭୁତ ଏବଂ ବିକଶିତ ଭାରତକୁ ଦେଖିବାକୁ ଚାହୁଁଥିଲେ ସେ । ମୋର ପରମ ସୌଭାଗ୍ୟ ଯେ, ଲତା ମଙ୍ଗେସକରଙ୍କ ସହ ସାକ୍ଷାତ ହୋଇଛି । ଅନେକ କଥା ତାଙ୍କ ସହ ହୋଇଛି, ଅନେକ ଅନୂଭୁତି ରହିଛି । ସମସ୍ତ ଦେଶବାସୀ ସହ ମୁଁ ମଧ୍ୟ ଆଜି ଲତା ଦିଦିଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସେହିପରି ଗୃହମନ୍ତ୍ରୀ ଅମିତ ଶାହ ଶ୍ରଦ୍ଧାଞ୍ଜଳି ଜଣାଇ ଲେଖିଛନ୍ତି, ସ୍ୱରର ସଙ୍ଗୀତ ପୁରକ ଲତା ଦିଦି ସ୍ୱରର ସାଧନାରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରୁଥିଲେ । ଏପରି ବରଦାନ ସ୍ୱର କେବଳ ଭାରତ ନୁହେଁ ସମଗ୍ର ବିଶ୍ୱବାସୀଙ୍କୁ ପ୍ରାଣରେ ସଙ୍ଗୀତର ସନ୍ଧାନ । ଅନେକ ପିଢୀକୁ ସେ ନିଜ ପାଖରେ ରଖିଥିଲେ । ସଙ୍ଗୀତ ଜଗତରେ ତାଙ୍କର ସ୍ଥାନ ପୂରଣ କରିବା ସମ୍ଭବ ପର ନୁହେଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+