ଖୋର୍ଦ୍ଧା ଗୁରୁଜଙ୍ଗରେ ‘କୃତ୍ରିମ ଅଙ୍ଗ ନିର୍ମାଣ କେନ୍ଦ୍ର’ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଖୋର୍ଦ୍ଧା: ଜିଲ୍ଲା ଗୁରୁଜଙ୍ଗ ଠାରେ ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର କୃତ୍ରିମ ଅଙ୍ଗ ନିର୍ମାଣ କେନ୍ଦ୍ର' ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ।
ଓଡ଼ିଶା ସରକାରଙ୍କ ସହାୟତାରେ ମହାବୀର ବିକଳାଙ୍ଗ ସହାୟତା ସମିତି ଗୁରୁଜଙ୍ଗରେ ପ୍ରତିଷ୍ଠା କରିଛି ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର ।
ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ଏହି କେନ୍ଦ୍ରକୁ ବୁଲି ଦେଖିଛନ୍ତି। ରୋଗୀମାନଙ୍କ ସହିତ କଥା ହୋଇଛନ୍ତି। ଉଦ୍ଘାଟନୀ ଅବସରରେ ବିଜୁ-ମହାବୀର ଜୟପୁର ଫୁଟ୍ ସେଣ୍ଟରର ପ୍ରତିଷ୍ଠାତା ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ଡଃ. ଡି ଆର୍ ମେହେଟା ଯୋଗ ଦେଇଥିଲେ।

ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସହିତ ବୁଝାବଣା କରିଛି ମହାବୀର ବିକଳାଙ୍ଗ ସହାୟତା ସମିତି । ବିଜୁ ମହାବୀର ଜୟପୁର ଫୁଟ୍ ସେଣ୍ଟର ଓ ଜୟପୁର ଫୁଟ୍ ଭ୍ରାମ୍ୟମାଣ ଯାନ ମାଧ୍ୟମରେ ରାଜ୍ୟର ଦିବ୍ୟାଙ୍ଗଙ୍କୁ ସକ୍ଷମ କରାଯିବ । ଜୟପୁର ଫୁଟ୍ ଭ୍ରାମ୍ୟମାଣ ଯାନ ଜିଲ୍ଲାରୁ ଜିଲ୍ଲାକୁ ବୁଲି ଯୋଗାଇବ ସେବା ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଦିବ୍ୟାଙ୍ଗଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ମାନବର ଅଙ୍ଗପ୍ରତ୍ୟଙ୍ଗ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଦିବ୍ୟାଙ୍ଗଙ୍କ ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ଜାରି ରହିବ ଆସନ୍ତା ୬ ମାସ ଭିତରେ ରାଜ୍ୟର ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରାଯିବ । ଖୋର୍ଦ୍ଧାରେ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ କେନ୍ଦ୍ର ପ୍ରତିଷ୍ଠା ପାଇଁ ସହଯୋଗ ଯୋଗାଇ ଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଏମଭିଏସଏସର ଅଧ୍ୟକ୍ଷ ଡ. ଡି.ଆର. ମେହେଟ୍ଟା ।












Click it and Unblock the Notifications