ଆରଟିଓର ନୂଆ ବିଲ୍ଡିଂ ଓ ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ ବ୍ୟବସ୍ଥାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଆଚାର୍ଯ୍ୟ ବିହାରରେ ଥିବା ଆରଟିଓ-1 ସ୍ଥିତ ନୂଆ ବିଲ୍ଡିଂର ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବିଲ୍ଡିଂ କାର୍ଯ୍ୟକ୍ଷମ ହେବା ଫଳରେ ଲୋକେ ଉନ୍ନତ ମାନର ସେବା ପାଇବେ ।
ଭୁବନେଶ୍ୱର: ଆଚାର୍ଯ୍ୟ ବିହାରରେ ଥିବା ଆରଟିଓ-1 ସ୍ଥିତ ନୂଆ ବିଲ୍ଡିଂର ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବିଲ୍ଡିଂ କାର୍ଯ୍ୟକ୍ଷମ ହେବା ଫଳରେ ଲୋକେ ଉନ୍ନତ ମାନର ସେବା ପାଇବେ । ଡ୍ରାଇଭିଂ ଲାଇସେନ୍ସ କ୍ଷେତ୍ରରେ ଲୋକେ ବେଶ ସୁବିଧା ପାଇପାରିବେ । ଏଥିପାଇଁ ଏକ ସ୍ମାର୍ଟକ୍ୟୁ ବ୍ୟବସ୍ଥା ଆରମ୍ଭ କରାଯାଇଛି ।

୩.୯୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବିଲ୍ଡିର ତିନୋଟି ମହଲା ରହିଛି । ପ୍ରତ୍ୟେକ ମହଲା ୫୦୦୦ ବର୍ଗଫୁଟ ବିଶିଷ୍ଟ ଅଟେ । ୫ଟି ଅନୁକରଣରେ ନାଗରିକ ସେବାକୁ ଆହୁରୀ ସମୃଦ୍ଧ କରିବା ପାଇଁ ଓଡ଼ିଶା ସରକାର ସର୍ବଦା ଚେଷ୍ଟିତ ପୂର୍ବରୁ ବହୁ ସଂଖ୍ୟକ ଜନସାଧାରଣ ଆରଟିଓ କାର୍ଯ୍ୟାଳୟକୁ ଆସୁଥିଲ । ବିଭିନ୍ନ କାମ ପାଇଁ ଲମ୍ବା ଧାଡିରେ ଠିଆ ହେଉଥିଲେ ଫଳରେ ଲୋକମାନଙ୍କ ସମୟ ନଷ୍ଠ ହେଉଥିଲା । ଉଭୟ ଜନସାଧାରଣ ଓ କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ହେଲେ ଏହି ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ ଓ ଏକକ ୱିଣ୍ଡୋ ସିଷ୍ଟମ ଏପରି ସିଷ୍ଟମ ଯାହାକି ଟୋକନ ଆଧାରରେ ଧାଡି ପରିଚାଳନା ସମାଧାନ କରାଯିବ ।
ଡ୍ରାଇଭିଂ ଲାଇସେନ୍ସ ପାଇଁ 'ସାରଥୀ' ୱେବସାଇଟ ଜରିଆରେ ଅନଲାଇନରେ ବୁକିଂ ହେଉଛି । ଅନଲାଇନରେ ସ୍ଲଟ ବୁକିଂ ହେଉଛି । ଯଦି କେହି ଅନଲାଇନରେ କରିପାରୁନାହାନ୍ତି, ଆରଟିଓ ଅଫିସ ଆସିଲେ ସ୍ଲଟ ବୁକିଂ ହେଇପାରିବ । ସେହିପରି 'ବାହାନ' ସର୍ଭିସ ଜରିଆରେ ଯେଉଁମାନେ ଆରସି ବୁକ୍ , ପରମିଟ୍, ଗାଡି କାଗଜ ପତ୍ର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନେ ମଧ୍ୟ ଆସି ନିଜ କାମ କରିପାରିବେ । କାଉଣ୍ଟରରେ ଏଥିପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି।
ସାରା ରାଜ୍ୟରେ ଭୁବନେଶ୍ୱର ଆରଟିଓ-୧ ରେ ଏହି ବ୍ୟବସ୍ଥାର କରାଯାଇଥିବା ବେଳେ ଆଜି ଏହାକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏଭଳି ଅତ୍ୟାଧୁନିକ ବ୍ୟବସ୍ଥା ଖୁବଶୀଘ୍ର ଗଞ୍ଜାମ, ଭଦ୍ରକ, କଟକ, ପୁରୀ, ବାଲେଶ୍ୱର ଓ କଟକରେ ଆରମ୍ଭ ହେବାକୁ ଯାଉଛି ।












Click it and Unblock the Notifications