ସଂସଦ ଭବନରେ ମୁଖ୍ୟମନ୍ତ୍ରୀ: ସାଂସଦଙ୍କ ସହ କଲେ ଆଲୋଚନା

ରାଜ୍ୟ ସ୍ବାର୍ଥକୁ ସର୍ବାଧିକ ଗୁରୁତ୍ବ ଦିଅ । ସଂସଦରେ ଓଡ଼ିଶା ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗକୁ ଶାଣିତ ସ୍ୱରରେ ଉଠାଅ । ବିଜୁ ଜନତା ଦଳର ସାଂସଦମାନଙ୍କୁ ଏ ମନ୍ତ୍ର ଫୁଙ୍କିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନୂଆଦିଲ୍ଲୀ: ରାଜ୍ୟ ସ୍ବାର୍ଥକୁ ସର୍ବାଧିକ ଗୁରୁତ୍ବ ଦିଅ । ସଂସଦରେ ଓଡ଼ିଶା ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗକୁ ଶାଣିତ ସ୍ୱରରେ ଉଠାଅ । ବିଜୁ ଜନତା ଦଳର ସାଂସଦମାନଙ୍କୁ ଏ ମନ୍ତ୍ର ଫୁଙ୍କିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ । ଦିଲ୍ଲୀରେ ଆଜି ବିଜେଡି ସଂସଦୀୟ ଦଳ ବୈଠକରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂସଦୀୟ ଦଳ ବୈଠକରେ ଯୋଗ ଦେଇ ରାଜ୍ୟ ସ୍ୱାର୍ଥ ରକ୍ଷା ପାଇଁ ଦାବି ଉଠାଇବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

CM Naveen

ସେପଟେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଷ୍ଟ୍ରପତି ନିର୍ବାଚନ ନେଇ ଏଯାଏଁ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ସରକାର କିମ୍ବା ବିରୋଧୀ ଦଳ କେହି ଏନେଇ ବିଜେଡି ସହ ଆଲୋଚନା କରିନାହାନ୍ତି । ସଂସଦ ଭବନରେ ପହଂଚିବା ପରେ ବିଜୁ ଜନତା ଦଳର ସାଂସଦମାନେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ନାହିଁ । ଏହା ସହ ଅନ୍ୟ ବରିଷ୍ଠ ନେତାଙ୍କ ସହ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲି ଦିଲ୍ଲୀରେ ପହଂଚିବା ପରେ ତାଜ ହୋଟେଲରେ ବିସିସି ଡ୍ରୀଡ଼ା ସମ୍ମାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାରତୀୟ ମହିଳା ହକି ଦଳକୁ ସମ୍ବର୍ଦ୍ଧିତ କରିଥିଲେ ।

ବର୍ତ୍ତମାନ ସଂସଦରେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଜାରି ରହିଛି । ସଂସଦର ଏହି ଅଧିବେଶନରେ ରାଜ୍ୟ ସ୍ୱାର୍ଥ ରକ୍ଷା ପାଇଁ ଦାବି ଉଠାଇବାକୁ ମୁଖ୍ୟମନ୍ତ୍ରୀ ସାଂସଦମାନଙ୍କୁ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+