ଗିନିଜ ବୁକ ରେକର୍ଡରେ ସ୍ଥାନ ପାଇଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ, ସମ୍ମାନିତ ହେଲେ ମୁଖ୍ୟମନ୍ତ୍ରୀ
ବିଶ୍ବର ସର୍ବବୃହତ ଷ୍ଟାଡିୟମ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଛି ।

ଭୁବନେଶ୍ୱର: ଚଳିତ ଏଫଆଇଏଚ୍ ହକି ପ୍ରୋ ଲିଗ୍ ଟୁର୍ନାମେଣ୍ଟ ସହ ଓଡିଆ ହକି ପ୍ରେମୀଙ୍କ ପାଇଁ ଆଉ ଏକ ଖୁସି ଖବର । ବିଶ୍ବର ସର୍ବବୃହତ ଷ୍ଟାଡିୟମ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଛି ।
ହକି ବିଶ୍ୱକପ 2023 ଭାରତର କ୍ରୀଡା ଭ୍ରାତୃଭାବରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଛି । ଏହି ଟୁର୍ଣ୍ଣାମେଣ୍ଟ ଚମତ୍କାର ସଫଳତା ପାଇଥିବା ବେଳେ ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଖେଳାଳି ଏବଂ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ବର୍ତ୍ତମାନ ହକି ଭିତ୍ତିଭୂମିରେ ଏକ ମାନଦଣ୍ଡ ହୋଇଥିବା ଏହି ଷ୍ଟାଡିୟମ୍ ରେକର୍ଡରେ 15 ମାସରେ ନିର୍ମିତ ହୋଇଛି । ଯାହା ସମସ୍ତଙ୍କ ପାଇଁ ନିରବଚ୍ଛିନ୍ନ ଦେଖିବାର ଅଭିଜ୍ଞତା ସହିତ 20 ହଜାରୁ ଅଧିକ ଦର୍ଶକ ବସିବାର କ୍ଷମତା ରଖିଛି । ଏହା ଷ୍ଟାଡିୟମ ବିଶ୍ୱର ସର୍ବବୃହତ ପୂର୍ଣ୍ଣ ଆସନ କ୍ଷମତା ବିଶିଷ୍ଟ ହକି ଷ୍ଟାଡିୟମ୍ ଭାବେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ମାନ୍ୟତା ପାଇଛି । ଯାହା କି ଭାରତ ଏବଂ ଓଡ଼ିଶା ପାଇଁ ଗର୍ବର ବିଷୟ ।

ପୁରସ୍କାର ଗ୍ରହଣ କରି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଛନ୍ତି, "ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଦ୍ୱାରା ଏହି ସ୍ୱୀକୃତି ହେଉଛି ଏକ ପ୍ରମାଣ ଯେ, ଆମ ରାଜ୍ୟ ଓଡ଼ିଶା ବହୁ ଦୂର ଯାଇଛି ଏବଂ ଆନ୍ତର୍ଜାତୀୟ କ୍ରୀଡ଼ା ମାନଚିତ୍ରରେ ଏକ ଚିହ୍ନ ସୃଷ୍ଟି କରିଛି । ଏହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ଏବଂ ଏହି ପ୍ରକଳ୍ପରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ମୁଁ ସୁନ୍ଦରଗଡବାସୀ ତଥା ହକି ପ୍ରଶଂସକଙ୍କୁ କ୍ରୀଡା ପ୍ରତି ସମର୍ଥନ ପାଇଁ ଧନ୍ୟବାଦ ଜଣାଉଛି । ମୁଁ ଏହି ସ୍ୱୀକୃତି ଓଡିଶାବାସୀଙ୍କୁ ଉତ୍ସର୍ଗ କରୁଛି । "












Click it and Unblock the Notifications