କାଲିଠୁ 5 ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଆସନ୍ତାକାଲିଠୁ 5 ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେ’ 3 ତାରିଖରେ ଓଡିଶା ଫେରିବେ ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ବର: ଆସନ୍ତାକାଲିଠୁ 5 ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେ' 3 ତାରିଖରେ ଓଡିଶା ଫେରିବେ ମୁଖ୍ୟମନ୍ତ୍ରୀ । ଗତ 3 ମାସ ମଧ୍ୟରେ ଦ୍ଵିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଉଥିବାରୁ ବିଭିନ୍ନ ଚର୍ଚ୍ଚା ସୃଷ୍ଟି ହୋଇଛି ।

ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ବିଚାରପତି ସମ୍ମିଳନୀରେ ଯୋଗଦେବା ପାଇଁ ଦିଲ୍ଲୀ ଯାଉଛନ୍ତି ନବୀନ । ଗସ୍ତକାଳରେ ରାଜ୍ୟ ସ୍ବାର୍ଥ ନେଇ କେନ୍ଦ୍ର ସହ ଆଲୋଚନା କରିପାରନ୍ତି । 3 ତାରିଖ ମଙ୍ଗଳବାର ଦିନ ଦିଲ୍ଲୀରୁ ଫେରିବେ ମୁଖ୍ୟମନ୍ତ୍ରୀ ।
ତେବେ ରାଷ୍ଟ୍ରପତି ଓ ରାଜ୍ୟସଭା ନିର୍ବାଚନ ଅବ୍ୟାହତ ପୂର୍ବରୁ ନବୀନଙ୍କ ଦିଲ୍ଲୀ ଗସ୍ତ ବହୁ ଗୁରୁତ୍ବ ବହନ କରୁଛି ।












Click it and Unblock the Notifications