Get Updates
Get notified of breaking news, exclusive insights, and must-see stories!

ପଖାଳ ଦିବସ ପାଳିଲେ ମୁଖ୍ୟମନ୍ତ୍ରୀ: କହିଲେ, ପଖାଳ ମୋର ପସନ୍ଦ...

ଆଜି ବିଶ୍ୱ ପଖାଳ ଦିବସ । ତେବେ ପଖାଳ ଦିବସ ପାଳନରୁ ବାଦ ପଡିନାହାଁନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନବୀନ ନିବାସରେ ପାଳନ କରିଛନ୍ତି ପଖାଳ ଦିବସ ।

ଭୁବନେଶ୍ୱର: ଆଜି ବିଶ୍ୱ ପଖାଳ ଦିବସ । ତେବେ ପଖାଳ ଦିବସ ପାଳନରୁ ବାଦ ପଡିନାହାଁନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନବୀନ ନିବାସରେ ପାଳନ କରିଛନ୍ତି ପଖାଳ ଦିବସ । କହିଛନ୍ତି, ପଖାଳ ମୋର ପସନ୍ଦ । ସମସ୍ତଙ୍କୁ ପଖାଳ ଦିବସର ଶୁଭେଚ୍ଛା ।

CM Naveen

ରାଜ୍ୟବାସୀଙ୍କୁ ପଖାଳ ଦିବସର ଶୁଭେଚ୍ଛା ଜଣାଇବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଏଭଳି ଢଙ୍ଗରେ 'ପଖାଳ ଦିବସ' ପାଳିଛନ୍ତି । ଖାଲି ସେତିକି ନୁହେଁ, ନିଜେ ପଖାଳ ଖାଉଥିବାର ଭିଡିଓକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେଆର କରିଛନ୍ତି । ଯାହାକୁ ମାତ୍ର କିଛି ମିନିଟ୍ ଭିତରେ ଶହ ଶହ ଲୋକ ପସନ୍ଦ କରିବା ସହିତ ଏହାକୁ ସେଆର କରୁଛନ୍ତି ।

ମାର୍ଚ୍ଚ ୨୦ ତାରିଖକୁ ଗତ କିଛି ବର୍ଷ ଧରି ପଖାଳ ଦିବସ ଭାବେ ପାଳନ କରାଯାଉଛି । ଓଡ଼ିଶାର ପାରମ୍ପରିକ ଖାଦ୍ୟ ହେଉଛି ପଖାଳ । ଆଜି ପଲ୍ଲୀଠୁ ସହର ସବୁଠି ପଖାଳ ଖାଇ ଉତ୍ସବ ପାଳୁଛନ୍ତି ସମସ୍ତେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜେ ପଖାଳ ଖାଇ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପଖାଳ ସାଙ୍ଗକୁ ଚୁନା ମାଛ ଭଜା, ଛୁଇଁ ଭଜା, ବଡ଼ି ଚୁରା, ଶାଗ ଭଜା, କଲରା ଓ ଆଳୁ ଭଜା ଖାଇ ପଖାଳ ଦିବସ ପାଳିଛନ୍ତି ।

ନବୀନ ସେୟାର କରିଥିବା ଏହି ଭିଡିଓରେ କଦଳୀ ପତ୍ର ଉପରେ ପିତ୍ତଳ ବେଲାରେ ପଖାଳ ଭାତ ରଖାଯାଇଥିବା ଦେଖିବାକୁ ମିଳୁଛି । ତା ସହିତ ନାନାଦି ବ୍ୟଞ୍ଜନ ମଧ୍ୟ ରଖାଯାଇଛି । ଯାହା ଭିତରୁ ଅଳ୍ପ କିଛି ବ୍ୟଞ୍ଜନ ନେଇ ନବୀନ ଖାଇବା ସହିତ ପଖାଳ ତାଙ୍କର ପସନ୍ଦ ବୋଲି କହୁଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟର ଅନେକ ନେତା ମଧ୍ୟ ପଖାଳ ଦିବସ ପାଳନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପଖାଳ ଖାଇ ନିଜର ଫଟୋ ସେୟାର କରିଛନ୍ତି । ଓଡିଆ ଲୋକଙ୍କର ପ୍ରିୟ ଖାଦ୍ୟ ପଖାଳ ଖାଇ ଅତ୍ୟନ୍ତ ଆନନ୍ଦିତ । ପଖାଳ ମୋର ଅତିପ୍ରିୟ । ପଖାଳ ସାଙ୍ଗରେ ଅନ୍ୟାନ୍ୟ ସ୍ୱାଦିଷ୍ଟ ଓଡିଆ ବ୍ୟଞ୍ଜନର ସ୍ୱାଦ ସତରେ ନିଆରା ବୋଲି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+