ଗଞ୍ଜାମକୁ ଦେଶର ଏକ ନମ୍ବର ଜିଲ୍ଲା କରିବା: ମୁଖ୍ୟମନ୍ତ୍ରୀ

Ganjam

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କବିସୂର୍ଯ୍ୟନଗର, ହିଞ୍ଜିଳି ଓ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ଦେଲେ ଯୋଗ । ଏହି ଅବସରରେ ଜିଲ୍ଲା ପାଇଁ ୧୯୫୨ କୋଟିରୁ ଅଧିକ ଟଙ୍କାର ୮୨୫ ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥି ସହିତ ଗଞ୍ଜାମକୁ ଦେଶର ଏକ ନମ୍ବର ଜିଲ୍ଲା କରିବାକୁ ସମାବେଶରେ ଆହ୍ୱାନ ଦେଇଛନ୍ତି ନବୀନ ।

ସେହିପରି ଜିଲ୍ଲାରେ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ଋଣ ଓ ସହାୟତା ସହ ହିତାଧିକାରୀଙ୍କୁ ଗ୍ରାମକଣ୍ଟକ ଘରଡିହ ପଟ୍ଟା ବଣ୍ଟନ କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ବିନା ସୁଧରେ ୨୮୦ କୋଟିର ରୁଣ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ୨୦ ହଜାର ହିତାଧିକାରୀଙ୍କୁ ଗ୍ରାମକଣ୍ଠ ଘରଡିହ ପଟ୍ଟା ମଧ୍ୟ ବାଣ୍ଟିଛନ୍ତି ।

କବିସୂର୍ଯ୍ୟନଗର ସଭାରେ ଜୟ ମା' ତାରାତାରିଣୀ କହି ଉଦବୋଧନ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ଗଞ୍ଜାମ କଳା ଓ ସଂସ୍କୃତି ଭୂମି । ଏହା ହେଉଛି ସ୍ୱାଧିନତା ସଂଗ୍ରାମର ଭୂମି । ଏହି ମାଟିକୁ ମୋର ପ୍ରଣାମ । କବି ସମ୍ରାଟ ଉପନ୍ଦ୍ରେ ଭଞ୍ଜ । କବିସୂର୍ଯ୍ୟ ବଳଦେବ ରଥଙ୍କୁ ମୋର ପ୍ରଣାମ । ଆଜି ଏହି ମାଟିକୁ ଆସି ମୁଁ ବୁହୁତ ଖୁସି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଗଞ୍ଜାମରେ ୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ ହେଲା । ଆଜି କବିସୂର୍ଯ୍ୟନଗରରେ ୩୧୬ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ ହେଲା । ମୁଁ ବହୁତ ଖୁସି ଯେ ଆଜି ଗଞ୍ଜାମର ୨୦ ହଜାର ଭାଇ ଭଉଣୀ ପଟ୍ଟା ପାଇଲେ । କେବଳ ଏହି ଅଞ୍ଚଳରେ ୧୧ ହଜାରରୁ ଅଧିକ ପଟ୍ଟା ପାଇଲେ । ଏହା ଜିଲ୍ଲାର ସବୁଠାରୁ ଅଧିକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମା'ମାନେ ବହୁତ ଭଲ କାମ କରୁଛନ୍ତି । ମୁଁ ଚାହେଁ ମା'ମାନେ ଉଦ୍ୟୋଗୀ ହୁଅନ୍ତୁ । SHG ରୁSME ହେବାପାଇଁ ରାଜ୍ୟ ସରକାର ସବୁ ସହଯୋଗ ଯୋଗାଇ ଦେବେ । ମା'ମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ରଣ ଦିଆଯାଉଛି । ଏଥିପାଇଁ ୫ ବର୍ଷରେ ୫୦ ହଜାର କୋଟି ବ୍ୟବସ୍ଥା କରାଯାଇଛି । ମା'ମାନଙ୍କୁ ୨୮୦ କୋଟିରୁ ଅଧିକ ଟଙ୍କାର ଋଣ ଦିଆଯାଇଛି । ମା'ମାନଙ୍କ ଉନ୍ନତି ହେଲେ ଦେଶ ସମାଜର ଉନ୍ନତି ହେବ । ସେହିପରି ଚାଷୀ ଭାଇମାନଙ୍କୁ ମଧ୍ୟ ବିନା ସୁଧରେ ୧ ଲକ୍ଷ ଟଙ୍କା ଋଣ ଦିଆଯାଉଛି ।

ସେହିପରି ଗଞ୍ଜାମ ଜିଲ୍ଲାର ୪୭୧ ହାଇସ୍କୁଲ 5Tରେ ରୂପାନ୍ତରଣ ହୋଇଛି । ଡିସେମ୍ବର ସୁଦ୍ଧା ସବୁ ହାଇସ୍କୁଲ 5Tରେ ରୂପାନ୍ତରଣ ହେବ । ମୁଁ ସବୁବେଳେ ଆପଣଙ୍କ ପାଇଁ କାମ କରିଛି ଓ କରି ଚାଲିବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+