ରାବିଡ଼ି ଖାଇଲେ ମୁଖ୍ୟମନ୍ତ୍ରୀ: କହିଲେ; ବହୁତ ଭଲ ହୋଇଛି, ନିଶ୍ଚୟ ଅର୍ଡର କରିବି
ରାବିଡ଼ି ଖାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁତ ଭଲ ହୋଇଛି, ନିଶ୍ଚୟ ଅର୍ଡର କରିବି । ଆଜି କଟକ ଅରିଲୋରେ ଓମଫେଡ ମେଗା ଠାଏରୀ ଫାର୍ମ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
କଟକ: ରାବିଡ଼ି ଖାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁତ ଭଲ ହୋଇଛି, ନିଶ୍ଚୟ ଅର୍ଡର କରିବି । ଆଜି କଟକ ଅରିଲୋରେ ଓମଫେଡ ମେଗା ଠାଏରୀ ଫାର୍ମ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ଅତ୍ୟାଧୁନିକ ମେଗା ଡାଏରୀ ପ୍ଲାଣ୍ଟ ପରିଦର୍ଶନ କରିଥିଲେ ।

ଏହି ଅବସରରେ ଡାଏରୀ ଫାର୍ମ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ଲାଣ୍ଟରେ ପ୍ରସ୍ତୁତ ଦହି ଓ ରାବିଡ଼ି ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ରାବିଡ଼ି ଖାଇବା ପରେ ଏହାର ସ୍ବାଦକୁ ବହୁତ ପ୍ରଶଂସା କରିଥିଲେ । ଏହାସହ ପୂର୍ବ ଭାରତର ଏହି ପ୍ଲାଣ୍ଟର ଅତ୍ୟାଧୁନିକ ପ୍ରଣାଳିକୁ ପ୍ରଶଂସା କରିଥିଲେ ।
ଡ଼ାଏରୀ ପ୍ଲାଣ୍ଟ ଲୋକାର୍ପିତ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓମଫେଡ଼ର ବିକାଶରେ ୩ଲକ୍ଷ ଚାଷୀଙ୍କର ଅବଦାନ ରହିଛି । ଏହି ୟୁନିଟ ଦ୍ୱାରା ଦିନକୁ ୫ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟାକରଣ ହୋଇପାରିବ । ଏଥିରୁ ଉନ୍ନତମାନର ଲସି, ଘିଅ, ପନିର ଆଦି ଉତ୍ପାଦନ ହୋଇପାରିବ । ଏହାଦ୍ୱାରା ଦୁଗ୍ଧ ଚାଷୀଙ୍କ ରୋଜଗାର ବଢିବ । ଏହି ଅତ୍ୟାଧୁନିକ ଓମଫେଡ଼ ଡ଼ାଏରୀ ପ୍ଲାଂଟ ହେବା ଦ୍ୱାରା ୬ଲକ୍ଷ ଦୁଗ୍ଧ ଚାଷୀ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ରୋଜଗାର ବଢାଇବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ । ଡ଼ାଏରୀ ଫାର୍ମିଂ ୟୁନିଟ ପ୍ରୋସେସିଂ ପ୍ଲାଂଟ ପାଇଁ ସରକାର ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡ଼ ଯୋଗାଇଦେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ପ୍ରସେସିଂ ପ୍ଳାଣ୍ଟ ଆଦି ନିର୍ମାଣ ପାଇଁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ଦିଆଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା କାଳରେ ଦୁଗ୍ଧ ଚାଷୀଙ୍କୁ ରାଜ୍ୟ ସରକାର ୬ ହଜାର ଟଙ୍କା ଲେଖାଏଁ ସହାୟତ ଯୋଗାଇ ଦେଇଥିବା ମୁଖ୍ୟମନ୍ତ୍ରୀ କହିବା ସହ ସରକାର ଚାଷୀଙ୍କ ସହ ଅଛନ୍ତି ବୋଲି ଆଶ୍ୱାସନା ଦେଇଛନ୍ତି ।
ରାଜ୍ୟରେ ଓମଫେଡର ଦୁଗ୍ଧ ସଂଗ୍ରହ କ୍ଷମତା ଦୈନିକ ୧୦ ଲକ୍ଷ ଲିଟରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଯେ ଗତ ଦୁଇ ଦଶକରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ତିନିଗୁଣ ବୃଦ୍ଧି ପାଇଛି । ୨୦୦୦ ମସିହାରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ୮ଲକ୍ଷ ୭୫ ହଜାର ମେଟ୍ରିକ ଟନ୍ ଥିବାବେଳେ ୨୦୨୦ ରେ ଏହା ୨୩ ଲକ୍ଷ ୭୦ ହଜାର ମେଟ୍ରିକ ଟନ୍କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଓମଫେଡ୍ ଦ୍ୱାରା ଦୈନିକ ସଂଗୃହିତ ୫ ଲକ୍ଷ ଲିଟର ଦୁଗ୍ଧ ଓମଫେଡ୍ର ୪୦୫ଟି ଶୀତଳୀକରଣ କେନ୍ଦ୍ରରେ କରାଯାଉଛି ଏବଂ ୧୩ଟି ପ୍ଲାଣ୍ଟରେ ପ୍ରକ୍ରିୟାକରଣ କରାଯାଉଛି ।












Click it and Unblock the Notifications