ନବ ଦାସଙ୍କୁ ଦେଖିବା ପାଇଁ ଆପୋଲୋ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଦେଖିବା ପାଇଁ ଆପୋଲୋ ହସ୍ପିଟାଲ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପୂର୍ବରୁ ମନ୍ତ୍ରୀଙ୍କ ଗୁଳିମାଡ ଘଟଣାକୁ ମୁଖ୍ୟମନ୍ତ୍ରୀ ଘୋର ନିନ୍ଦା କରିଛନ୍ତି ।
ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଦେଖିବା ପାଇଁ ଆପୋଲୋ ହସ୍ପିଟାଲ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପୂର୍ବରୁ ମନ୍ତ୍ରୀଙ୍କ ଗୁଳିମାଡ ଘଟଣାକୁ ମୁଖ୍ୟମନ୍ତ୍ରୀ ଘୋର ନିନ୍ଦା କରିଛନ୍ତି । ଏଥିସହିତ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦଶ ଦେଇଛନ୍ତି ।

ଅନ୍ୟପଟେ ଝାରସୁଗୁଡା ହସ୍ପିଟାଲରୁ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚି ଭୁବନେଶ୍ୱର ବିମାନ ବନ୍ଦରରୁ ଗ୍ରୀନ କରିଡରରେ ଆପୋଲୋ ହସ୍ପିଟାଲକୁ ଅଣାଯାଇଥିଲା। ହସ୍ପିଟାଲରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇସାରିଛି। ଆପୋଲୋ ହସପିଟାଲର ଏକ ସ୍ବତନ୍ତ୍ର ଦଳ ତାଙ୍କର ଚିକିତ୍ସା କରୁଛି। ସଂକଟାପନ୍ନ ଅବସ୍ଥାରେ ଆପୋଲୋ ହସପିଟାଲରେ ଭର୍ତ୍ତି ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଚିକିତ୍ସା କିଭଳି ଚାଲିଛି ଏବଂ ତାଙ୍କ ସ୍ବାସ୍ଥ୍ୟବସ୍ଥା କିଭଳି ରହିଛି ସେ ସମ୍ପର୍କରେ ଆପୋଲୋ ହସପିଟାଲ ବୁଲେଟିନକୁ ଅପେକ୍ଷା କରାଯାଇଛି।












Click it and Unblock the Notifications