Get Updates
Get notified of breaking news, exclusive insights, and must-see stories!

ଦଳଗତ ନିର୍ବିଶେଷରେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନ ପାଇଁ ନବୀନଙ୍କ ଅପିଲ

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କଲା ବିଜୁ ଜନତା ଦଳ । ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା ଲାଗି ନବୀନ ଅପିଲ୍ କରିଛନ୍ତି ।

ଭୁବନେଶ୍ୱର: ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କଲା ବିଜୁ ଜନତା ଦଳ । ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା ଲାଗି ନବୀନ ଅପିଲ୍ କରିଛନ୍ତି । ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ବ୍ୟକ୍ତି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଭିସିକ୍ତ ହେବାକୁ ଯାଉଛନ୍ତି । ତେଣୁ ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି ପୁର୍ନ ସମର୍ଥନ କରିବା ବୋଲି ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Draupadi Murmu

ମୁଖ୍ୟମନ୍ତ୍ରୀ ବିଦେଶରେ ଥିବା ସ୍ୱତେ ସମର୍ଥନ ନେଇ ଘୋଷଣା କରିଛନ୍ତି । ନବୀନ ଟ୍ବିଟ୍ କରି ଲେଖିଛନ୍ତି, ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ପଦବୀରେ ବସାଇବା ପାଇଁ ଦଳଗତ ନିର୍ବିଶେଷରେ ଓଡିଶା ବିଧାନସଭାର ସମସ୍ତ ସଦସ୍ୟ ସମର୍ଥନ କରନ୍ତୁ ।

ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ । ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛି ଏନଡିଏ । ଏନେଇ ସବୁଜ ସଙ୍କେତ ଦେଇଛି ଏନଡିଏ ସଂସଦୀୟ ବୋର୍ଡର ବୈଠକ । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଲାଗି କିଛି ଦିନ ଧରି ଚାଲିଥିଲା ବିଚାର ବିମର୍ଷ । ଏନେଇ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦଳର ବରିଷ୍ଠ ସାଂସଦମାନେ ଯୋଗ ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+