Get Updates
Get notified of breaking news, exclusive insights, and must-see stories!

ନବୀନଙ୍କ ଅକ୍ଷୟ ତୃତୀୟା ଭେଟି: କାଲି ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ‘କାଳିଆ’ ଟଙ୍କା

ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା । ଆଉ ଅକ୍ଷୟ ତୃତୀୟାରେ ରାଜ୍ୟର ଚାଷୀଙ୍କ ପାଇଁ ଖୁସି ଖବର। ଚାଷୀଙ୍କୁ ନବୀନଙ୍କ ଅକ୍ଷୟ ତୃତୀୟା ଭେଟି । କାଲି ମିଳିବ ‘କାଳିଆ’ ଟଙ୍କା। ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ କାଳିଆ ଟଙ୍କା।

ଭୁବନେଶ୍ୱର: ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା । ଆଉ ଅକ୍ଷୟ ତୃତୀୟାରେ ରାଜ୍ୟର ଚାଷୀଙ୍କ ପାଇଁ ଖୁସି ଖବର। ଚାଷୀଙ୍କୁ ନବୀନଙ୍କ ଅକ୍ଷୟ ତୃତୀୟା ଭେଟି । କାଲି ମିଳିବ 'କାଳିଆ' ଟଙ୍କା। ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ କାଳିଆ ଟଙ୍କା। ଆସନ୍ତାକାଲି ଅପରାହ୍ନରେ କାଳିଆ ଯୋଜନାର ହିତାଧିକାରୀଙ୍କୁ ମିଳିବ ୨ହଜାର ଟଙ୍କା ।

Kalia scheme

ଆସନ୍ତାକାଲି ଅକ୍ଷୟ ତୃତୀୟାରେ ଅବସରରେ ରାଜ୍ୟ ସରକାର ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ କାଳିଆ ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ପଠାଯିବ। ୪୦ ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏଥିରେ ଉପକୃତ ହେବେ। କାଳିଆ କିସ୍ତି ବାବଦରେ ୮ ଶହ କୋଟି ଟଙ୍କା ପ୍ରଦାନ କରିବେ ରାଜ୍ୟ ସରକାର।

ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହାର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅକ୍ଷୟ ତୃତୀୟ ଉତ୍ସବ ଅବସରରେ ସୁଗମ ପୋର୍ଟାଲ , କୃଷକ ଓଡ଼ିଶା ପୋର୍ଟାଲ, ଓଡ଼ିଶା ମିଲେଟ୍ ମିଶନର ପ୍ରଶସ୍ତୀକରଣ ପ୍ରମୁଖ କାର୍ଯ୍ୟକ୍ରମ ଶୁଭାରମ୍ଭ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+