ନିଜ ଘରେ ମାଆଙ୍କ ଆରାଧନା କଲେ ସିଏମ ମୋହନ ମାଝି

କେନ୍ଦୁଝର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ଦଶହରାରେ ନିଜ ଘରେ ପୂଜା କରିଛନ୍ତି। କେନ୍ଦୁଝର ରାଇକଳାର ନିଜ ଘରେ ମାଆଙ୍କୁ ପୂଜାର୍ଚ୍ଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଘରେ ପ୍ରାୟ ୩ ଘଣ୍ଟା ଧରି ପୂଜାର୍ଚ୍ଚନ କରିବା ପରେ ସେଠାରେ ଉପସ୍ଥିତ କିଛି ଲୋକଙ୍କର ଅଭିଯୋଗ ଗ୍ରହଣ କରିଥିଲେ । ଏପରିକି ୧୦ ବର୍ଷର ଏକ ପୁଅ ନିଖୋଜ ହୋଇଯାଇଥିବା ଅଭିଯୋଗ ନେଇ ତା ବାପା ମାଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିବା ସମସ୍ତ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାପରେ ୧୨ଟା ୫ ମିନିଟରେ ଘରୁ ବାହାରି ଝୁମ୍ପୁରା ଦୁର୍ଗାପୂଜା ମଣ୍ଡପକୁ ଯାଇ ମା' ଦୁର୍ଗାଙ୍କ ପୂର୍ଣ୍ଣାହୁତିରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ । ତା ପରେ ସୁନାରିପଶି ଦୁର୍ଗାପୂଜା ମହୋତ୍ସବରେ ଭାଗ ନେଇ ମା'ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ରାଇକଳା ଗସ୍ତକୁ ନେଇ ଅଞ୍ଚଳବାସୀ ଉତ୍ସାହିତ ହୋଇପଡିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

CM Mohan Majhi w

ଗତକାଲି ମୁଖ୍ୟମନ୍ତ୍ରୀ ପ୍ରବଳ ବର୍ଷା ସତ୍ତ୍ୱେ ସାଇ ମନ୍ଦିର, ନିୟୁ କଲୋନୀ, ଟେଲିଫୋନ ଏକ୍ସଚେଞ୍ଜ ଛକ ଓ ଆଟୋପୁର ପୂଜାମଣ୍ଡପ ବୁଲି ଦେଖିଥିଲେ। ପରେ ଗୁଜୁରାଟି ସମାଜକୁ ଯାଇ ସେଠାରେ ଦାଣ୍ଡିଆ ଖେଳିଥିଲେ। ଶାରଦୀୟ ଦୁର୍ଗାପୂଜା ଅବସରରେ ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+