Cm Mohan Majhi: ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍କୁ ଅଟକାଇଲେ ମହିଳା ! କାରକେଡ୍ ଆଗକୁ ପଶି ଆସିଲେ ...
ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍କୁ ଅଟକାଇଲେ ମହିଳା । ରସୁଲଗଡ଼ ଛକରେ ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍ ଆଗକୁ ପଶି ଆସିଲେ ମହିଳା । ମହିଳାଙ୍କ ହାଇଡ୍ରାମା ପାଇଁ କିଛି ସମୟ ଅଟକି ରହିଲା କାର୍କେଡ୍ । ମହିଳାଜଣକୁ ପୋଲିସ ଉଠାଇ ନେଲା ପରେ କାର୍କେଡ୍ ଗଲା। ମହିଳା ଜଣକ କିଏ ଏବଂ କାହିଁକି ଅଟକାଇଲେ, ସ୍ପଷ୍ଟ ଜଣାପଡ଼ିନି ।
ଭାଇରାଲ ହୋଇଥିବା ଭିଡିଓରେ ନଜର ଆସୁଛି ଯେ, ଘଟଣା ସମୟରେ କୌଣସି ମହିଳା ପୋଲିସ ଉପସ୍ଥିତ ନଥିବାରୁ ମହିଳାଙ୍କ ଅନ୍ୟ ପୋଲିସମାନେ ବୁଝାଇବାକୁ ବହୁତ ଚେଷ୍ଟା କରିଥିଲେ । କିଛି ସମୟରେ ପରେ ଲେଡି ପୋଲିସ ଆସି ଉକ୍ତ ମହିଳାଙ୍କୁ କାରକେଡ ସାମ୍ନାକୁ ହଟାଇ ରାସ୍ତା କଡରୁ ନେଇଥିଲା । ପରେ ମହିଳାଙ୍କ ପୋଲିସ ଉଠାଇନେବାର ସୂଚନା ମିଳୁଛି । ଘଟଣାକୁ ନେଇ ଅଧିକ ତଦନ୍ତ କରୁଛି ପୋଲିସ ।

ଆଜି କୌଣସି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଫେରୁଥିବା ବେଳେ ରସୁଲଗଡ଼ ନିକଟରେ ଜଣେ ମହିଳା ତାଙ୍କ କାରକେଡ ସାମ୍ନାକୁ ହଠାତ ଚାଲିଆସିଥିଲେ। ମହିଳା ଜଣଙ୍କ ଏହି ସମୟରେ କାହା ସହ ଫୋନରେ କଥା ହେଉଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର ଆଗରେ ଆସୁଥିବା ପୋଲିସ ଗାଡ଼ି ଆଗକୁ ମହିଳା ଜଣଙ୍କ ଆସିଯିବାରୁ କାରକେଡ୍ କିଛି ସମୟ ପାଇଁ ଅଟକି ରହିଥିଲା ।












Click it and Unblock the Notifications