ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସଭାସ୍ଥଳରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ; ଲକ୍ଷ୍ୟ ୭୫ ଲକ୍ଷ ଗଛ ଲଗାଇବା ଥିଲା, ଦେଢ଼ କୋଟି ଲଗାଇଲୁ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସଭାସ୍ଥଳରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ଆମ ପାଇଁ ଗୌରବର ବିଷୟ । ଏହି ସେବା ପର୍ବ ୫୦ ବର୍ଷ ହେଲା ଦେଶପାଇଁ ସମର୍ପଣ ଭାବ ।

ପହେଲଗାମ ପରବର୍ତ୍ତୀ ଅପରେସନ ସିନ୍ଦୂରରେ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ । ମା' ପାଇଁ ଗଛଟିଏ ଆହ୍ବାନରେ ଓଡ଼ିଶାବାସୀ ସାମିଲ ହୋଇଛନ୍ତି। ଲକ୍ଷ୍ୟ ୭୫ ଲକ୍ଷ ଗଛ ଲଗାଇବା ଥିଲା, ଦିନକରେ ଦେଢ଼ କୋଟି ଲଗାଇଲୁ । GST ସଂସ୍କାର ଓଡ଼ିଶା ପାଇଁ ପୂଜା ଭେଟି ସଦୃଶ ହୋଇଛି । ଆପଣଙ୍କ ନେତୃତ୍ବରେ ୧୧ ବର୍ଷର ଶାସନରେ ଦେଶ ଶିଖରରେ ପହଞ୍ଚିଛି । ୨୦୪୫ ସୁଦ୍ଧା ଭାରତକୁ ବିକଶିତ ଭାରତ କରିବା ଆହ୍ବାନ ସହ ସାମିଲ ହୋଇଛୁ ।

ଝାରସୁଗୁଡ଼ାର ଅମଲିପାଲି ଯୁବ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମା' ସମଲେଇଙ୍କ ଫଟୋ ଦେଇ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ।

ଝାରସୁଗୁଡ଼ାର ଅମଲିପାଲି ଯୁବ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଶାପାଲି ଓ ତାରକସିର ନିର୍ମିତ ସ୍ମୁତି ଚିହ୍ନ ଭେଟି ଦେଲେ ଆଇଆଇଟି ଛାତ୍ରୀ ବର୍ଷା ମୁଣ୍ଡା ଓ କମଳା କୁଜୁର ।

CM mohan majhi welcomes PM Modi at the venue

ଓଡ଼ିଶା ଆସିବା ନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ । ଏହି ଗସ୍ତରେ ୬୦ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ ୧୭୦୦ କୋଟି ଟଙ୍କାର ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ସଡ଼କ, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ବିଭିନ୍ନ ଉନ୍ନୟନମୂଳକ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ତଥା ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+