ସିଡିଓ ଓ ବିଡିଓମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ; ଜିଲ୍ଲାପାଳଙ୍କ ଜରିଆରେ ରିପୋର୍ଟ କାର୍ଡ ମଗାଯିବ
ସିଡିଓ ଓ ବିଡିଓମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ । କହିଲେ, ସେକାଳ ପଖାଳ ଆଉ ନାହିଁ, ଆପଣଙ୍କୁ ଯଥେଷ୍ଟ କ୍ଷମତା ଦିଆଯାଇଛି । ପୁରୁଣା ଅଭ୍ୟାସ ନଛାଡିଲେ କ୍ଷମା ଦିଆଯିବନି । ଜିଲ୍ଲାପାଳଙ୍କ ଜରିଆରେ ବିଡିଓଙ୍କ ରିପୋର୍ଟ କାର୍ଡ ମଗାଯିବ ।
ମୋ ଛୋଟ ବ୍ରେନ୍ରେ ସବୁ ସେଭ୍ ହୋଇ ରହିଛି। ଯଦି ପୁରୁଣା ଅଭ୍ୟାସ ରଖିବେ, କିଏ କ୍ଷମା ଦେବ ଆପଣଙ୍କୁ । ମୁଁ କ୍ଷମା ଦେବିନି, ଆମ ଲାଇନ୍ରେ ସେଟଅପ୍ ହେବାକୁ ପଡ଼ିବ ।
ମୁଁ ଆଦିବାସୀ ଲୋକ, ମୋ ସରଳତାକୁ ଦୁର୍ବଳତା ଭାବନ୍ତୁ ନାହିଁ । ଜିଲ୍ଲାପାଳଙ୍କ ଜରିଆରେ ବିଡିଓଙ୍କ ରିପୋର୍ଟ କାର୍ଡ ମଗାଯିବ । ବିଧାୟକ ଅଭିଯୋଗ କରୁଛନ୍ତି ବିଡିଓ ଆମ କଥା ଶୁଣୁ ନାହାନ୍ତି ।

ଦୁର୍ନୀତି ନେଇ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ତାଗିଦ୍ । ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା କହିଲେ ମୁଖ୍ୟମନ୍ତ୍ରୀ। 'ଭିଜିଲାନ୍ସକୁ ଖୋଲା ଛଡ଼ାଯାଇଛି, ସଜାଗ ହୁଅନ୍ତୁ । ଆମେ ଦେଖିଛୁ ଭୂତ ଘର, ଭୂତ ପାଇଖାନା । ନିଜେ ସଜାଗ ହୁଅନ୍ତୁ, ପାଖ ଅଧିକାରୀଙ୍କୁ ସଜାଡ଼ି ଦିଅନ୍ତୁ ।
ମୋ ପାଖରେ ସବୁ ରିପୋର୍ଟ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ କାଳ ପଖାଳ ଆଉ ନାହିଁ । ନୂଆ ସରକାରଙ୍କ ଆଭିମୁଖ୍ୟକୁ ନେଇ କାମ କରିବାକୁ ପଡ଼ିବ । ଯିଏ କାମ ନ କରିବ କ୍ଷମା ନାହିଁ । କୌଣସି ରାଜନୈତିକ ଚାପରେ ବଶବର୍ତ୍ତୀ ନହୋଇ କାମ କରିବାକୁ ପରାମର୍ଶ । ବର୍ତ୍ତମାନ GA ବିଭାଗର ଅତିରିକ୍ତ ସଚିବ ଥିବା ମନୋଜ କୁମାର ମହାନ୍ତି ବିଡ଼ିଓ ଥିବା ବେଳେ ଭଲ କାମ କରିଥିବା କହି ଉଦାହରଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।












Click it and Unblock the Notifications