ରାମଲାଲାଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
CM Mohan Majhi: ଶ୍ରୀରାମଲଲାଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୁରା ପରିବାର ସହ ଅଯୋଧ୍ୟା ଯାଇ ରାମ ଲଲାଙ୍କ ଦର୍ଶନ କରିବା ସହ ଆଳତି ମଧ୍ୟ କରିଥିଲେ । ପ୍ରଭୁଙ୍କ ଭବ୍ୟ ଦର୍ଶନ କରି ଖୁସି ପ୍ରକାଶ କରିଛନ୍ତି ମୋହନ ମାଝୀ ।

ସୂଚନାଥାଉ ଯେ, ଗତକାଲି ମହାକୁମ୍ଭରେ ବୁ଼ଡ଼ ପକାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯାହା ପରେ ଅଯୋଧ୍ୟା ଯାଇ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିଥିଲେ । ଏହି ସମୟରେ ଅଯୋଧ୍ୟାରେ ଓଡ଼ିଶା ଭବନ କରାଯିବା ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ ଅନୁରୋଧ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।












Click it and Unblock the Notifications