ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର, ପ୍ରତି ସୋମବାର ଶୁଣିବେ ଗୁହାରି
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଆଜି'ଠୁ ଅର୍ଥାତ୍ ଜୁଲାଇ ୧ ତାରିଖରୁ ଆରମ୍ଭ ହେବ । ଏଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଧାରଣ ଜନତାଙ୍କର ଅଭିଯୋଗ ଶୁଣିବେ । ତେବେ ୟୁନିଟ୍-୫ ସ୍ଥିତ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ ।

ସୂଚନା ଅନୁସାରେ, ଆଜି ଭୁବନେଶ୍ୱର ୟୁନିଟ୍-୫ ସ୍ଥିତ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଆଜିଠୁ ଜନଶୁଣାଣି ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ଏଠାରେ ଲୋକଙ୍କ ଅଭିଯୋଗ ଶୁଣାଣି କରିବା ସହ ଏହାର ସମାଧାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେବେ ।
ତେବେ ସକାଳ ୯ଟାରୁ ପ୍ରକୋଷ୍ଠରେ ପହଞ୍ଚି ପଞ୍ଜିକରଣ କରିବା ପାଇଁ ପଡିବ ଏବଂ ଦିନ ୧୧ରୁ ଅଭିଯୋଗ ଶୁଣାଣି ଆରମ୍ଭ ହେବା ନେଇ ସୂଚନା ରହିଛି । ସେହିପରି ଏଠାରେ ଲୋକଙ୍କ ପାଇଁ ପାନୀୟ ଜଳ ଓ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ ଲୋକଙ୍କ ପାଇଁ କରାଯାଇଛି ।












Click it and Unblock the Notifications