ରାତି ପାହିଲେ ଆସିବ ମୋହନ ସରକାରଙ୍କ ଦ୍ବିତୀୟ ବଜେଟ
ରାତି ପାହିଲେ ଆସିବ ମୋହନ ସରକାରଙ୍କ ପୂର୍ଣ୍ଣାଙ୍ଗ ବଜେଟ । ଚଳିତ ବଜେଟର ରୂପରେଖ କିପରି ରହିବ ସେନେଇ ସମସ୍ତଙ୍କ ନଜର ।କଣ ଆସିବ ନୂଆ ଯୋଜନା। ପୂର୍ବ ଫ୍ଲାଗସିପ୍ ଯୋଜନାକୁ କେତେ ଅର୍ଥ ମିଳିବ । ଏ ଆକଳନ ଆରମ୍ଭ ହୋଇଛି । ସେପଟେ ଅର୍ଥନୀତି ସର୍ଭେ ରିପୋର୍ଟରେ, ୨୦୨୩-୨୪ ତୁଳନାରେ ୨୦୨୪-୨୫ରେ କମିଛି ରାଜ୍ୟର ଜିଡିପି ଓ ଶିଳ୍ପ ଅଭିବୃଦ୍ଧି । ଏଭଳି ସ୍ଥିତିରେ କେଉଁ ଦିଗକୁ ଗୁରୁତ୍ବ ଦେବେ ମୋହନ ସରକାର। ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, ସାମଜିକ ସୁରକ୍ଷା ସହ ଭିତ୍ତିଭୂମିକୁ ନେଇ ବଜେଟରେ କଣ ବ୍ୟବସ୍ଥା ରହିବ । ତା ଉପରେ ସମସ୍ତଙ୍କ ନଜର ।

ଏଥର ବଜେଟର ଆକର ୨ ଲକ୍ଷ ୬୫ ହଜାରରୁ ୨ ଲକ୍ଷ ୯୦ ହଜାର କୋଟି ଟଙ୍କା ଭିତରେ ରହିପାରେ । ଓଡ଼ିଶା ଏକ ବଳକା ରାଜ୍ୟ ହୋଇଥିବା ବେଳେ; ବିଶେଷ କରି ସୁଭଦ୍ରା, ଧାନ MSP ଉପରେ କ୍ୱିଣ୍ଟାଲ୍ ପିଛା ୮୦୦ ଟଙ୍କାର ଇନପୁଟ୍ ସହାୟତା, ଅନ୍ତ୍ୟୋଦୟ ଗୃହ ଯୋଜନା, ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଓ ଆୟୁଷ୍ମାନ ଯୋଜନା, ପେନସନ ସ୍କିମ୍, ପ୍ରତି ବ୍ଲକରେ ଷ୍ଟାଡିୟମ, ୫୮ଟି ନୂଆ ଶୀତଳ ଭଣ୍ଡାର ସହ ୧୦୦ରୁ ଅଧିକ ଅଚଳ ଶୀତଳ ଭଣ୍ଡାରକୁ ସଚଳ କରିବା ପାଇଁ ବଜେଟର ବଡ଼ ଅଂଶ ଯାଇପାରେ।












Click it and Unblock the Notifications