ଆଜିଠୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ନିଗମ ଓ ବୋର୍ଡ ନିଯୁକ୍ତି ଉପରେ ବାଜିପାରେ ମୋହର

ଆଜି ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ସବୁ ବିଜେପି ସାଂସଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ସେ ସାଂସଦଙ୍କୁ ଭେଟି ଆଲୋଚନା କରିବେ । ଉଭୟ ମୋହନ ଓ ମନମୋହନଙ୍କ ସମାନ ସମୟରେ ଦିଲ୍ଲୀ ଗସ୍ତ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଗତ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିଥିଲେ । ଏହି ସମୟରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ମନୋହର ଲାଲ ଖଟ୍ଟରଙ୍କୁ ଭେଟିଥିଲେ।

cm Mohan Majhi

ଶନିବାର ମନମୋହନ ଓଡ଼ିଶା ଫେରିଥିଲେ ବି ବିଜେପି ସାଧାରଣ ସମ୍ପାଦକ(ସଂଗଠନ) ମାନସ ମହାନ୍ତି ଦିଲ୍ଲୀରେ ଥିଲେ । ମନମୋହନ ରବିବାର ଯିବା ପରେ ଉଭୟ ନେତାଙ୍କ ସହ କେନ୍ଦ୍ରୀୟ ନେତୃତ୍ୱ ମାରାଥନ୍‌ ଆଲୋଚନା କରିଛନ୍ତି । ନିଗମ, ବୋର୍ଡରେ ନିଯୁକ୍ତିଠାରୁ ନେଇ ନୂଆ ଟିମ୍‌ ଗଠନ, ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଓ ଅନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଛି । ନିଗମ, ବୋର୍ଡରେ କେଉଁମାନେ ଥଇଥାନ ହେବେ, ତାହା ଆପାତତଃ ଚୂଡ଼ାନ୍ତ ହୋଇସାରିଛି । କେବଳ ଘୋଷଣା ବାକି ଅଛି । ବିଜେପି ନୂଆ ଟିମ୍‌ ନେଇ ମଧ୍ୟ ଆଲୋଚନା ହୋଇଛି । ଆଗକୁ ପୁଣି ଥରେ ଶୀର୍ଷ ନେତୃତ୍ୱଙ୍କ ସହ ତାଙ୍କର ବୈଠକ ବସିବ । ରବିବାର ବିଳମ୍ବିତ ରାତିରେ ସେ ପୁଣି ଥରେ ଦିଲ୍ଲୀ ଯାଇଛନ୍ତି । ନିଗମ ଓ ବୋର୍ଡ ନିଯୁକ୍ତି ସହିତ ବିଜେପିର ନୂଆ ଟିମ୍‌ ଗଠନ ଉପରେ କେନ୍ଦ୍ରୀୟ ନେତାଙ୍କ ସହ ତାଙ୍କର ଆଲୋଚନା ହୋଇଛି । ଖୁବ୍‌ଶୀଘ୍ର ଏହା ଘୋଷଣା କରାଯିବ ।

ବିଧାନସଭାର ମୌସୁମୀ ଅଧିବେଶନ ପରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବ ବୋଲି ସୂଚନା ମିଳିଛି । ମନମୋହନଙ୍କ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଦିଲ୍ଲୀ ଗସ୍ତରେ ଯିବେ ବୋଲି ଜଣାପଡ଼ିଛି।

ଉପରାଷ୍ଟ୍ରପତି ନିର୍ବାଚନ ନେଇ ମଧ୍ୟ ମୋହନ-ମନମୋହନଙ୍କ ଉପସ୍ଥିତିରେ ଆଲୋଚନା ହୋଇପାରେ । ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ରାଜ୍ୟ ସଭାପତିଙ୍କ ଦିଲ୍ଲୀ ଯିବା ସ୍ୱାଭାବିକ । ଏହାକୁ ରାଜନୈତିକ ଦୃଷ୍ଟିରୁ ଦେଖିବା ଠିକ୍‌ ନୁହେଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+