୧୨୦ ଏକର ଜମିରେ ନିର୍ମାଣ ହେବ ହକି ଷ୍ଟାଡିଅମ: ମୁଖ୍ୟମନ୍ତ୍ରୀ
ସାରା ଦେଶ ଆଜି ପାଳନ କରୁଛି ୭୮ତମ ସ୍ୱାଧୀନତା ଦିବସ। ସେହିପରି ଭାବରେ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀ ଉଦ୍ଦେଶ୍ୟରେ କହିଛନ୍ତି, ଭାରତର ସ୍ୱାଧୀନତା ସଂଗ୍ରାମ ହେଉଛି ଦେଶର ଅନନ୍ୟ ଅଧ୍ୟାୟ। ଏହା ଇଂରେଜମାନଙ୍କ ମୂଳଦୁଆ ଦୋହଲାଇ ଦେଇଥିଲା।
ଦେଶ ଏବେ ଅମୃତକାଳ ଦେଇ ଗତି କରୁଛି। ଦେଶର ଅର୍ଥନୀତି ଦ୍ରୁତ ଗତିରେ ବଢ଼ିଛି। ଖୁବ୍ଶୀଘ୍ର ଦେଶର ଅର୍ଥନୀତି ୫ ଟ୍ରିଲିଅନରେ ପହଞ୍ଚିବ। ୨୦୪୭ ସୁଦ୍ଧା ଭାରତ ବିଶ୍ୱଗୁରୁ ହେବ।ରାଜ୍ୟବାସୀଙ୍କୁ ସମ୍ବୋଧନ କରି ଏହି ସମୟରେ ସେ ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।ହକି ଦଳକୁ ଶୁଭେଚ୍ଛା ଜଣାଇବା ସହ ସେ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ହକି ପାଇଁ ହଜାରେ କୋଟି ବ୍ୟୟରେ ୧୨୦ ଏକର ଜମିରେ ଷ୍ଟାଡିଅମ ନିର୍ମାଣ ହେବ।

ଏଥିସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଆ ଅସ୍ମିତା ସହିତ ଶିଖର ଛୁଇଁବାକୁ ଲକ୍ଷ୍ୟ ରଖିଛୁ। ବଡ଼ ସ୍ବପ୍ନ ଦେଖାଇବିନି, ଯାହା ପ୍ରତିଶ୍ରୁତି ଦେଇଛି ପାଳନ କରିବି। ଶ୍ରୀମନ୍ଦିର ୪ ଦ୍ବାର ଖୋଲିଛୁ, ୬୦ଦିନରେ ଓଡ଼ିଆ ଅସ୍ମିତା ପାଣ୍ଠି କରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।












Click it and Unblock the Notifications