୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍ରେ ଦେବେ ଯୋଗ
ତିନିଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନମାଝୀ । ଏହି ଗସ୍ତ ଅବସରରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ନିବେଶକଙ୍କ ସହିତ ହେବାକୁ ଥିବା ଚୁକ୍ତି ସ୍ୱାକ୍ଷର ସମୟରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଏମ୍ଓୟୁ ସ୍ୱାକ୍ଷରିତ ହେବ । ଯେପରିକି IOCL, ISPRL ଓ ପେଟ୍ରୋନେଟ LNG ସହ ବୁଝାମଣା । ଏହାସହ ନୋଏଡାର HCL ଟେକ୍ନୋଲୋଜି ସହ ଓଡ଼ିଶାରେ ନିବେଶ ପାଇଁ ମଧ୍ୟ କଥା ହେବେ ମୁଖ୍ୟମନ୍ତ୍ରୀ । ଆଗାମୀ ଦିନରେ ଓଡ଼ିଶାରେ ନିବେଶକଙ୍କ ପାଇଁ ଭିତ୍ତିଭୂମି ଏବଂ ପେଟ୍ରୋକେମିକାଲ କ୍ଷେତ୍ରରେ ନିବେଶ ଓ ନିଯୁକ୍ତି ବଢାଯିବ । ସେଥିପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଓଡିଶା ଟାର୍ଗେଟ ରଖିଛି।












Click it and Unblock the Notifications