ନୀତି ଆୟୋଗ ବୈଠକରେ ଏହିସବୁ ଦାବି କଲେ ସିଏମ ମୋହନ ମାଝି
ଭୁବନେଶ୍ୱର: ନୂଆ ସରକାର , ନୂଆ ଦାବି । ଦିଲ୍ଲୀରେ ବସିଥିବା ନୀତି ଆୟୋଗ ବୈଠକରେ ମୁଖମନ୍ତ୍ରୀ ମୋହନ ମାଝି ରାଜ୍ୟର ବିକାଶ ପାଇଁ କେନ୍ଦ୍ର ନିକଟରେ ଅନେକ ଦାବି ରଖିଛନ୍ତି ।ରାଜ୍ୟରେ ବନ୍ଦରଭିତ୍ତିକ ଶିଳ୍ପାଞ୍ଚଳ ପ୍ରତିଷ୍ଠା ଦାବି ପାଇଁ ସହାୟତା ଲୋଡ଼ିଛନ୍ତି । ଭଦ୍ରକ ଜିଲ୍ଲା ଧାମରା ଓ ଗଂଜାମ ଜିଲ୍ଲା ଗୋପାଳପୁରରେ ନିକଟରେ ଶିଳ୍ପାଞ୍ଚଳ ଗଠନ ଦାବି କରିଛନ୍ତି ।
ଗଞ୍ଜାମ ଜିଲ୍ଲାରେ ପ୍ରାୟ ୪ହଜାର ୩ଶହ ଏକର ଜମି ହସ୍ତାନ୍ତର ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି । ଏହାସହ ବିପର୍ଯ୍ୟୟ ଓ ଭିତ୍ତିଭୂମି ପ୍ରକଳ୍ପକୁ ତୁରନ୍ତ କେନ୍ଦ୍ରୀୟ ମଞ୍ଜୁରୀ ପାଇଁ ଦାବି କରାଯାଇଛି । ବିଭିନ୍ନ ପ୍ରକଳ୍ପ ପାଇଁ ତ୍ୱରିତ ବଜେଟ୍, ଭିତ୍ତିଭୂମି, ଶ୍ରୀଘ୍ର ମଞ୍ଜୁରୀ ପ୍ରଦାନ ପାଇଁ ଦାବି କରିଛନ୍ତି । ଏହା ସହିତ ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ୍, ଟେଲିକମ୍ ଭିତ୍ତିଭୂମି ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଦାବି ଜଣାଇଛନ୍ତି ।

ଏହା ବ୍ୟତୀତ ରାଜ୍ୟରେ ରେଳ ସଂଯୋଗ ବଢ଼ାଇବା ସହ କାର୍ବନ ନିର୍ଗମନ କିପରି କମ୍ କରାଯାଇପାରିବ, ସେଥିପାଇଁ ସହାୟତା ଲୋଡ଼ିଛନ୍ତି । ପିଏମ୍ ଜନଜାମି ଯୋଜନାରେ ଆଦିବାସୀଙ୍କ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବିକାର ସୁଯୋଗ ସୃଷ୍ଟି କରିବା ଏବଂ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟ ପାଇଁ ଦାବି ହୋଇଛି ।
ଅନ୍ୟପଟେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିତି ଆୟୋଗ ବୈଠକରେ ଉଦବୋଧନ ଦେଇ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବା ପ୍ରତ୍ୟେକ ଭାରତୀୟଙ୍କର ଆକାଂକ୍ଷା ବୋଲି କହିଛନ୍ତି । ରାଜ୍ୟମାନେ ଏହି ଲକ୍ଷ୍ୟ ହାସଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ କାରଣ ସେମାନେ ସିଧାସଳଖ ଲୋକଙ୍କ ସହ ଜଡିତ । "୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବା ପ୍ରତ୍ୟେକ ଭାରତୀୟଙ୍କର ଲକ୍ଷ୍ୟ । ଲୋକଙ୍କ ସହ ସିଧାସଳଖ ଜଡ଼ିତ ଥିବାରୁ ଏହି ଲକ୍ଷ୍ୟ ହାସଲ ରେ ରାଜ୍ୟଗୁଡ଼ିକ ସକ୍ରିୟ ଭୂମିକା ଗ୍ରହଣ କରିପାରିବେ" ସେ କହିଛନ୍ତି ।
ସେ କହିଛନ୍ତି ଯେ ଏହି ଦଶନ୍ଧି ବୈଷୟିକ ଏବଂ ଭୂ-ରାଜନୈତିକ ପରିବର୍ତ୍ତନ ସହିତ ସୁଯୋଗ ମଧ୍ୟ ଆଣିଦେଇଛି । ଭାରତ ଏହି ସୁଯୋଗର ଫାଇଦା ଉଠାଇବା ଉଚିତ ଏବଂ ଆମର ନୀତିକୁ ଅନ୍ତର୍ଜାତୀୟ ପୁଞ୍ଜିନିବେଶ ପାଇଁ ଅନୁକୂଳ କରିବା ଉଚିତ । ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବା ଦିଗରେ ଏହା ହେଉଛି ପ୍ରଗତିର ମାର୍ଗ ।












Click it and Unblock the Notifications