ରଥଯାତ୍ରା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ; NDA ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଆସନ୍ତା ରଥଯାତ୍ରା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ। ସମସ୍ତ କେନ୍ଦ୍ରମନ୍ତ୍ରୀ, NDA ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ। ନିମନ୍ତ୍ରଣ ହୋଇଥିବା ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

CM MOHAN MAJHI invites PM for Rath Yatr

ରଥଯାତ୍ରା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି । ଖାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୁହେଁ, ବରଂ ସମସ୍ତ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନ ଓ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ବି ନିମନ୍ତ୍ରଣ କରାଯାଇଛି । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ନୀତି ଆୟୋଗଙ୍କ ବୈଠକ ଅବସରରେ ସମସ୍ତଙ୍କୁ ରଥଯାତ୍ରାରେ ପୁରୀ ଆସବାକୁ ବିନମ୍ର ଅନୁରୋଧ କରାଯାଇଛି ।

ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ । ଏନେଇ କିଛଇ ଦିନତଳେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଥିଲେ। ସେ କହିଥିଲେ, ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗରେ ଅଛନ୍ତି ।

ସୁରେଶ ପୂଜାରୀ କହିଥିଲେ, ଓଡ଼ିଶାରେ ବି‌ଜେପି ସରକାର ଗଠନ ହେବାର ଏଗାର ମାସରେ ଦିଆଯାଇଥିବା ଅଧିକାଂଶ ପ୍ରତିଣ୍ରୁତି ପୂରଣ କରାଯାଇଛି । ଏଣୁ ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଯୋଗ ଦେବା ଆମର ଇଚ୍ଛା ।

ଆସନ୍ତା ମାସରେ ଓଡ଼ିଶାରେ ବିଜେପି ସରକାରଙ୍କ ଏକ ବର୍ଷ ପୂରଣ ହେବାକୁ ଯାଉଛି। ଏହି ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ରାଜ୍ୟ ପୂର୍ତ୍ତ, ଅବକାରୀ ଓ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି। ଠିକ୍ ସେହିପରି ରଥଯାତ୍ରା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି। ଖାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୁହେଁ, ବରଂ ସମସ୍ତ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନ ଓ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ବି ନିମନ୍ତ୍ରଣ କରାଯାଇଛି। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ନୀତି ଆୟୋଗଙ୍କ ବୈଠକ ଅବସରରେ ସମସ୍ତଙ୍କୁ ରଥଯାତ୍ରାରେ ପୁରୀ ଆସବାକୁ ବିନମ୍ର ଅନୁରୋଧ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+