ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ସବୁଦିନ ପାଇଁ ହଜି ଗଲେ ସ୍ବରର ଯାଦୁଗର ହ୍ୟୁମାନ ସାଗର । କିଛି ସମୟ ପୂର୍ବରୁ ଭୁବନେଶ୍ବର ଏମ୍ସରେ ତାଙ୍କର ପରଲୋକ ହୋଇ ଯାଇଛି। ହ୍ୟୁମାନଙ୍କ ଜନ୍ମ ୧୯୦୯୦ ମସିହା ଏପ୍ରିଲ ୨୧ ତାରିଖରେ । ଘର ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ । ଭୁବନେଶ୍ୱର ଏମ୍ସ (AIIMS) ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।

ହ୍ୟୁମାନ ସାଗରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, "ତାଙ୍କର ବିୟୋଗ ଆମ ସଙ୍ଗୀତ ଓ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ଓଁ ଶାନ୍ତି।"












Click it and Unblock the Notifications