CM Mohan Majhi: ଆଜି ସମ୍ୱଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀ; ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ

ଆଜି ସମ୍ବଲପୁର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ସମ୍ବଲପୁରରେ ପହଂଚି ପ୍ରଥମେ ବୁର୍ଲା ସରକାରୀ ଉଚ୍ଚବିଦ୍ୟାଳୟରେ ପ୍ଲାଟିନମ ଜୁବଲି ଉତ୍ସବରେ ଯୋଗ ଦେବେ ।

ଆଜି ସମ୍ବଲପୁର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ସମ୍ବଲପୁରରେ ପହଂଚି ପ୍ରଥମେ ବୁର୍ଲା ସରକାରୀ ଉଚ୍ଚବିଦ୍ୟାଳୟରେ ପ୍ଲାଟିନମ ଜୁବଲି ଉତ୍ସବରେ ଯୋଗ ଦେବେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ । ଏହାପରେ ମୁଖ୍ୟମନ୍ତ୍ରୀ ମନ୍ଦଳିଆ ପଡିଆରେ ବିବିଏସ କ୍ୟାମ୍ପ ଜରିଆରେ ସାରା ରାଜ୍ୟର ହିତାଧିକାରୀଙ୍କୁ ଇ-ରିକ୍ସା ପ୍ରଦାନ କରିବେ । ଏଥିରେ ମୁଖ୍ୟମନ୍ତ୍ରୀ ୩୦ ଟି ଜିଲ୍ଲାର ହିତାଧିକାରୀଙ୍କୁ ୫୦୦ ଇ-ରିକ୍ସା ବଣ୍ଟନ କରିବେ ।

CM Mohan Majhi

ଯେଉଁଥିରେ ସମ୍ବଲପୁର ଜିଲ୍ଲାର ୧୫ ଜଣ, ଗଂଜାମ ଜିଲ୍ଲାର ୩୯ ଜଣ, କଟକ ଜିଲ୍ଲାର ୩୬ ଜଣ, ସୁନ୍ଦରଗଡ ଜିଲ୍ଲାର ୨୨ ଜଣ, ବାଲେଶ୍ବର ଜିଲ୍ଲାର ୨୮ ଜଣ, ଖୋର୍ଦ୍ଧା ଜିଲ୍ଲାର ୨୬ ଜଣ, କେନ୍ଦୁଝର ଜିଲ୍ଲାର ୧୯ ଜଣଙ୍କ ସମେତ ମୋଟ ୫୦୦ ଦିବ୍ୟାଙ୍ଗଙ୍କୁ ଇ-ରିକ୍ସା ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ । ସେଠାରୁ ମୁଖ୍ୟମନ୍ତ୍ରୀ ସିନ୍ଦୁରପଙ୍କ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦାନ କରି ପୁଣି ରାଜଧାନୀ ଫେରିଯିବେ । ଏହି କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ଉପସ୍ଥିତ ରହିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+