ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି, କାରରେ ଫେରିବେ ଭୁବନେଶ୍ୱର

କେନ୍ଦୁଝର : ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉଡ଼ିପାରିଲା ନାହିଁ ମୁଖ୍ୟମନ୍ତ୍ରୀଙ୍କର ହେଲିକପ୍ଟର୍ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଜିଲ୍ଲା ଗସ୍ତ ବାତିଲ ହୋଇଛି । ସଡ଼କ ପଥରେ ଭୁବନେଶ୍ଵର ଫେରିଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ ଏହା ତାଙ୍କର ଦ୍ୱିତୀୟ ଗସ୍ତ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ରବିବାର ତୃତୀୟ ଦିନରେ କେନ୍ଦୁଝର କାର୍ଯ୍ୟକ୍ରମ ସାରି ମୟୁରଭଞ୍ଜ ଜିଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା। ହେଲେ ଗସ୍ତ ପୂର୍ବରୁ ରାଇସୁଆଁସ୍ଥିତ ଏୟାରଷ୍ଟ୍ରିପ୍‌ରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ ବେଳେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଫଳରେ ମୁଖ୍ୟମନ୍ତ୍ରୀଙ୍କୁ ରାଇସୁଁଆ ଏୟର ଷ୍ଟ୍ରିପ୍‌ରେ ଦୀର୍ଘ ସମୟ ଧରି ଅଟକି ରହିବାକୁ ପଡିଛି।

CM Mohan Majhi cancels Mayurbhanj visit

ରବିବାର ଓ ସୋମବାର ମୁଖ୍ୟମନ୍ତ୍ରୀଙ୍କ ୨ ଦିନିଆ ମୟୂରଭଞ୍ଜ ଗସ୍ତ ଥିଲା । ରାଜ୍ୟ ସରକାରଙ୍କ ୧୦୦ ଦିନ ପୁର୍ତ୍ତି ଅବସରରେ ବିଭିନ୍ନ ବିକାଶର ଗାଥା ବର୍ଣ୍ଣନା କରିବା ସହ ସ୍ଥାନୀୟ ଛଉ ପଡିଆରେ ଆୟୋଜନ ହେବାକୁ ଥିବା ବିକାଶ ମେଳାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ମେଳାକୁ ଉଦ୍‌ଘାଟନ କରିଥାନ୍ତେ । ଏହା ସହ ସାଧାରଣ ସଭାରେ ଜନତାଙ୍କୁ ଉଦ୍‌ବୋଧନ ଦେଇଥାନ୍ତେ । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+