Get Updates
Get notified of breaking news, exclusive insights, and must-see stories!

Cm Mohan Majhi Budget: ଆଜି ମୋହନ ସରକାରଙ୍କ ପ୍ରଥମ ବଜେଟ୍ ; ବଜେଟରେ ହୋଇପାରେ ଏହି ବଡ ଘୋଷଣା

ଆଜି ବିଧାନସଭାରେ ମୋହନ ସରକାରଙ୍କ ପ୍ରଥମ ପ୍ରଥମ ବଜେଟ୍ ଉପସ୍ଥାପନ କରିବେ । ଅର୍ଥବିଭାଗ ନିଜ ହାତରେ ରଖିଥିବା ମୁଖ୍ୟମନ୍ତ୍ରୀ ଆଜି ବଜେଟ୍ ଉପସ୍ଥାପନ କରିବେ। ନୂଆ ସରକାରରେ କେଉଁ କେଉଁ ଦିଗ ପ୍ରତି ଫୋକସ୍ ରହିବ, ତାଉପରେ ନଜର ଅଟକିଛି ।

ରାଜ୍ୟ ବଜେଟର ଆକାର କେତେ ବଢ଼ିବ? ଜନକଲ୍ୟାଣ ଯୋଜନା ନେଇ କ'ଣ ନୂଆ ଘୋଷଣା ହେବ, ଏହା ଉପରେ ସମସ୍ତଙ୍କ ନଜର ରହିଛି । ମୋହନ ମାଝୀଙ୍କ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା କରିବା ଓ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏହାଛଡ଼ା ବାର୍ଦ୍ଧକ୍ୟ ଭତ୍ତା ୩ ହଜାର ଟଙ୍କାକୁ ବଢ଼ାଇ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବଦଳରେ ଆୟୁଷ୍ମାନ ଯୋଜନା ଲାଗୁ ନେଇ ସରକାରଙ୍କ ଆଭିମୁଖ୍ୟ ବଜେଟରୁ ସ୍ପଷ୍ଟ ହେବ।

ଅନ୍ୟପଟେ କାଳିଆ ଯୋଜନାକୁ ନେଇ ଗତକାଲି ବିଧାନସଭାରେ କୃଷିମନ୍ତ୍ରୀ ରଖିଥିବା ଉତ୍ତର ଏହି ଯୋଜନାର ଭବିଷ୍ୟତକୁ ନେଇ ଦ୍ୱନ୍ଦ୍ୱ ବଢାଇଛି। ଏଭଳି ସ୍ଥଳେ କାଳିଆ ଯୋଜନା ବାବଦରେ ଅର୍ଥ ବ୍ୟୟବରାଦ ହେଉଛି ନା ନାହିଁ ତାହା ଉପରେ ହିତାଧିକାରୀଙ୍କ ନଜର ରହିବ। ନିର୍ବାଚନ ସମୟରେ ବିଜେପି ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲା, ସେଥିରୁ କିଛି ପୂରଣ ହୋଇଥିବା ବେଳେ ଅନେକ କିଛି ବାକି ଅଛି। ଏସବୁ ପାଇଁ ବଜେଟରେ କ'ଣ ବ୍ୟବସ୍ଥା କରାଯିବ, ତାହା ଗୁରୁତ୍ବପୂର୍ଣ୍ଣ। ଏହାସହ ଏହି ବଜେଟ୍ ଓଡ଼ିଶାର ଆର୍ଥିକ ସ୍ଥିତି କିପରି ରହିଛି, ତାର ମଧ୍ୟ ଚିତ୍ର ସ୍ପଷ୍ଟ କରିବ। ଏବେ ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାର ଚାଲିଛି। ତେଣୁ କିଛି ମହତ୍ୱାକାଂକ୍ଷୀ ଯୋଜନାର ଘୋଷଣା ମଧ୍ୟ ହୋଇପାରେ ଏହି ବଜେଟରେ। କେନ୍ଦ୍ର ବଜେଟରେ ଓଡ଼ିଶା ତୁଳନାରେ ଆନ୍ଧ୍ର ଓ ବିହାରକୁ ଅଧିକ ଅନୁଦାନ ମିଳିଲା ବୋଲି ଅଭିଯୋଗ ହୋଇଛି। ଏପରି ସ୍ଥଳେ ରାଜ୍ୟ ବଜେଟ୍ କ'ଣ କ'ଣ ନୂଆ ଘୋଷଣା ହେବ, ତାକୁ ଓଡ଼ିଶାବାସୀଙ୍କ ନଜର ରହିଛି ।

Cm Mohan Majhi Budget

ବଜେଟରେ ୫ ବଡ ଘୋଷଣା ହୋଇପାରେ :

*ସୁଭଦ୍ରା ଯୋଜନା ପାଇଁ ବ୍ୟୟବରାଦ
* ଏଏମଏସପି ୩୧୦୦ ପାଇଁ ବ୍ୟୟ ବରାଦ
*କାଳିଆ ଯୋଜନାର ଭବିଷ୍ୟତ ନିର୍ଦ୍ଧାରଣ
*୩୦୦୦ ଟଙ୍କା ଭତ୍ତା ବୃଦ୍ଧି ପାଇଁ ବ୍ୟବସ୍ଥା
*ବିଏସକେୱାଇ ସହ ଆୟୁଷ୍ମାନର ମିଶ୍ରଣ

ସୁଭଦ୍ରା ଯୋଜନା :
ପରିବାରର ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର
୨ ବର୍ଷ ଭିତରେ ମିଳିବ ୫୦ ହଜାର ଟଙ୍କାର ଭାଉଚର
ମହିଳାଙ୍କୁ ଆର୍ଥିକ ସଶକ୍ତ କରିବାକୁ ପ୍ରୟାସ
ନିର୍ବାଚନ ସମୟରେ ଘୋଷଣା କରିଥିଲା ବିଜେପି
ସୁଭଦ୍ରା ଯୋଜନାର ହିତାଧିକାରୀ ହେବାକୁ କଣ ଗାଇଡଲାଇନ ରହିବ ତା ଉପରେ ନଜର

ଏମଏସପି ୩୧୦୦ :
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି
ବୋନସ ବୃଦ୍ଧି କରି ଏମଏସପିକୁ ୩୧୦୦ କରାଯିବ
ଛତିଶଗଡ ମଡେଲରେ ଚାଷୀଙ୍କୁ ମିଳିବ ଫାଇଦା
ପୂର୍ବରୁ ଏମଏସପି ୨୩୦୦ ଟଙ୍କାକୁ ବୃଦ୍ଧି କରିଛି କେନ୍ଦ୍ର

କାଳିଆ ଯୋଜନା :
କାଳିଆ ଯୋଜନାର ଭବିଷ୍ୟତ ନେଇ ନିଷ୍ପତ୍ତି
ବାର୍ଷିକ ୪ ହଜାର ଟଙ୍କା ପାଉଛନ୍ତି ଚାଷୀ
ଉଭୟ ରବି ଓ ଖରିଫ ଫସଲ ମିଳୁଛି ସହାୟତା
୨୦୧୮ରେ ଆରମ୍ଭ ହୋଇଥିଲା କାଳିଆ ଯୋଜନା
୪୫ ଲକ୍ଷ ୬୭ ହଜାର ୫୨୪ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳୁଥିଲା ସହାୟତା

୩୦୦୦ ଟଙ୍କା ଭତ୍ତା :
୩୦୦୦ ଟଙ୍କା ଭତ୍ତାରେ ବାଜିବ ମୋହର
ବିଭିନ୍ନ ବର୍ଗର ଭତ୍ତା ବୃଦ୍ଧି କରିବାକୁ ନିର୍ବାଚନୀ ପ୍ରତିଶ୍୍ରୁତି ଦେଇଥିଲା ବିଜେପି
ବଜେଟରେ ଏନେଇ ହୋଇପାରେ ଅର୍ଥ ବ୍ୟୟବରାଦ

ବିଏସକେୱାଇ ସହ ଆୟୁଷ୍ମାନର ମିଶ୍ରଣ :
ବିଏସକେୱାଇରେ ରାଜ୍ୟର ୯୬ ଲକ୍ଷ ପରିବାର ଉପକୃତ
ପରିବାର ପିଛା ୫ ଲକ୍ଷ, ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ମିଳୁଛି ଚିକିତ୍ସା ସୁବିଧା
ରାଜ୍ୟରେ ଆୟୁଷ୍ମାନ ଲାଗୁ କରିବାକୁ କହିଛନ୍ତି ସରକାର
ପୂର୍ବ ସରକାର ଆୟୁଷ୍ମାନ ଲାଗୁ କରାଇ ଦେଉନଥିଲେ
ବିଏସକେୱାଇ ବ୍ୟୟବରାଦ ନହେଲେ ଯୋଜନା ବନ୍ଦ ନେଇ ମିଳିବ ସଂକେତ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+