CM Mohan Majhi: ରାଜ୍ୟରେ ବିଜେପି ସରକାରକୁ ୬ ମାସ , ରାଜ୍ୟକୁ ମିଳିଛି ନୂଆ ଦିଶା, ଆଗଉଛି ଓଡ଼ିଶା

ରାଜ୍ୟରେ ବିଜେପି ସରକାରକୁ ୬ ମାସ । ଜୁନ୍ ୧୨ ତାରିଖରେ ମୋହନ ମାଝୀ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହା ଭିତରେ ନୂଆ ସରକାରକୁ ୬ ମାସ ପୂରିଛି । ନିର୍ବାଚନ ବେଳେ ବିଜେପି ଅନେକ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲା । ଶ୍ରୀମନ୍ଦିର ୪ ଦ୍ବାର ଖୋଲିବା, ମହିଳା ମାନଙ୍କୁ ସୁଭଦ୍ରା ସହାୟତା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା ପ୍ରଦାନ, ବାର୍ଦ୍ଧକ୍ୟ ଭତ୍ତା ୩ ହଜାର ୫୦୦ ଟଙ୍କା କରିବା ଭଳି ଅନେକ ପ୍ରତିଶ୍ରୁତି ଦେଇଥିଲା ଦଳ ।

ପ୍ରତିଶ୍ରୁତି ପୂରଣ

ସୁଭଦ୍ରା ଯୋଜନାରେ ମହିଳାଙ୍କୁ ପ୍ରଥମ କିସ୍ତି, ଧାନ କ୍ବିଣ୍ଟାଲ ପିଛା କ୍ରୟ ମୂଲ୍ୟ 3100 ଟଙ୍କା, ଶ୍ରୀମନ୍ଦିର 4 ଦ୍ବାର ଖୋଲିବା ଓ ରତ୍ନ ଭଣ୍ଡାର ଖୋଲିବା ପରି ପ୍ରତିଶ୍ରୁତି ପୂରଣ ହୋଇଛି । ଏହାରି ମଧ୍ୟରେ ଓଡ଼ିଶାର ବିକାଶ ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେଇଛନ୍ତି କେନ୍ଦ୍ର ସରକାର ।

ଫୋକସରେ ଓଡ଼ିଶା

ଓଡିଶାକୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବାକୁ ମୋଦି ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ କେନ୍ଦ୍ରମନ୍ତ୍ରୀଙ୍କ ବାରମ୍ବାର ଗସ୍ତ ଏହାକୁ ପ୍ରମାଣିତ କରୁଛି । କେନ୍ଦ୍ରୀୟ ବଜେଟରେ ଓଡିଶାର ପର୍ଯ୍ୟଟନକୁ ଗୁରୁତ୍ୱ ଦେବା ସହ ରାଜ୍ୟରେ ଆୟୋଜନ ହେଉଛି ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ । ଓଡିଶାକୁ ବିଶ୍ୱର ଦୃଷ୍ଟି ଆକର୍ଷଣ କରାଇବା ଲାଗି ଆରମ୍ଭ ହୋଇଛି ପ୍ରକ୍ରିୟା ।

ମହାପ୍ରଭୁ ଜଗନ୍ନାଥ, ଓଡିଶାର ଐତିହ୍ୟ, ପରମ୍ପରା, ସଂସ୍କୃତି ଓ ଜାତୀୟ କ୍ରୀଡା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା । ସେହିପରି ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ବିଶ୍ୱରେ ଓଡିଶା ସଫଳତା ଆଣିଥିବା ବେଳେ ଓଡିଶା ଅନାହାର ମୃତ୍ୟୁ ଏହି ଛବିରେ ମଳିନ ସୃଷ୍ଟି କରିଥିଲା । ଏହି ଛବିକୁ ସୁଧାରି ଆଗକୁ ବଢ଼ିବାରେ ଲାଗିଛି ଓଡିଶା । ଓଡ଼ିଶାର ପ୍ରଗତିକୁ ତ୍ୱରାନ୍ୱିତ କରିବାରେ କେନ୍ଦ୍ର ସରକାରଙ୍କ ସହଯୋଗ ମିଳିବାରେ ଲାଗିଛି । ଓଡିଶାର ବିଭିନ୍ନ କ୍ଷେତ୍ରରେ ବିକାଶ ଲାଗି ହାତ ବଢ଼େଇଛନ୍ତି କେନ୍ଦ୍ର ସରକାର ।

ପ୍ରଥମଥର ନାଭି ଡେ' ଓ ଡିଜି-ଆଇଜି ସମ୍ମିଳନୀ ଆୟୋଜନ :-

ଓଡିଶାରେ ଆୟୋଜିତ ହୋଇଛି ନାଭି ଡେ'(ନୌସେନା ଦିବସ) ଏବଂ ଡିଜି-ଆଇଜି ସମ୍ମିଳନୀ ଭଳି ବଡ଼ ଜାତୀୟ କାର୍ଯ୍ୟକ୍ରମ । ଏହା ପୂର୍ବରୁ କେବେ ଏଭଳି ଜାତୀୟ ସ୍ତରର କାର୍ଯ୍ୟକ୍ରମ ଓଡିଶାରେ ଆୟୋଜନ ହୋଇନଥିଲା । ସାମିଲ ହୋଇଥିଲେ ରାଷ୍ଟ୍ରପତି ଓ ହଜାର ହଜାର ଦର୍ଶକ । ପରାକ୍ରମ ପରିଦର୍ଶନର ମୁକସାକ୍ଷୀ ସାଜିଥିଲା ପୁରୀ ବେଳାଭୂମି । ଓଡିଶା ମାଟିରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ନେଇ ସବୁଆଡେ ଚର୍ଚ୍ଚା ।

ସେହିପରି ପ୍ରଥମଥର ଭୁବନେଶ୍ୱରରେ ଆୟୋଜନ ହୋଇଛି ଡିଜି-ଆଇଜି ସମ୍ମିଳନୀ । ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ଏନଏସଏଙ୍କ ଉପସ୍ଥିତରେ ଦେଶର ସୁରକ୍ଷା, ଆଭ୍ୟନ୍ତରୀଣ ବ୍ୟାପରର ରଣନୀତି ଓଡିଶାରେ ପ୍ରସ୍ତୁତ ହୋଇଛି । ସାମିଲ ହୋଇଥିଲେ ବିଭିନ୍ନ ରାଜ୍ୟର ଡିଜି ଓ କେନ୍ଦ୍ର ଶାସିତ ଅଞ୍ଚଳର ଆଇଜି ।

CM Mohan Majhi BJP government in the state for 6 months
ପ୍ରବାସୀ ଭାରତୀୟ ଦିବସ :-

ଆସନ୍ତାବର୍ଷ ଜାନୁଆରୀ ମାସରେ ଆୟୋଜନ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ । ୩ ଦିନିଆ କାର୍ଯ୍ୟକ୍ରମ ଆୟୋଜନ କରୁଛି ବୈଦେଶିକ ମନ୍ତ୍ରାଣାଳୟ । କାର୍ଯ୍ୟକ୍ରମର ପ୍ରଥମ ଦିନରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ଦ୍ଵିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତୃତୀୟ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବେ ।

100 ଦେଶର 7 ହଜାର ପ୍ରବାସୀ ଭାରତୀୟ ସାମିଲ ହେବେ । 2003 ମସିହାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲେ ମଧ୍ୟ ପ୍ରଥମ ଥର ଲାଗି ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଛି । ଭୁବନେଶ୍ୱରର ବିଭିନ୍ନ ହୋଟେଲରେ 3700ଟି ରୁମ ବୁକିଂ ହୋଇଛି । ପ୍ରବାସୀ ଭାରତୀୟ ଓଡ଼ିଶାର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଦର୍ଶନ କରିବେ । ଭୁବନେଶ୍ୱର, କଟକ ଓ ପୁରୀରେ ଥିବା 28ଟି ଦର୍ଶନୀୟ ସ୍ଥାନର ସୌନ୍ଦର୍ଯ୍ୟକରଣ ପାଇଁ ପର୍ଯ୍ୟଟନ ବିଭାଗ ପଦକ୍ଷେପ ନେଉଛି । ଯାହା ଫଳରେ ପ୍ରବାସୀ ଭାରତୀୟଙ୍କୁ ଓଡିଶା ସହ ଯୋଡ଼ା ଯାଇପାରିବ ।

ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଓଡ଼ିଶାରେ ରହିଲେ ୩ ଦିନ :-

୨୦୧୪ ସାଧାରଣ ନିର୍ବାଚନ ପ୍ରଚାରରୁ ଆରମ୍ଭ କରି ଡିଜି-ଆଇଜି ସମ୍ମିଳନୀ ପର୍ଯ୍ୟନ୍ତ ଅନେକ ଥର ଓଡିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମରେ ନରେନ୍ଦ୍ର ମୋଦୀ ସାମିଲ ହୋଇଛନ୍ତି । ବାତ୍ୟା କିମ୍ବା ବାହାନଗା ରେଳ ଦୁର୍ଘଟଣା ସମୟରେ ଓଡିଶାରେ ପହଁଚିଛନ୍ତି ମୋଦୀ । କିନ୍ତୁ କେବେ ଏକାଧିକ ଦିନ ଓଡିଶାରେ ରହିନାହାନ୍ତି ମୋଦି । କିନ୍ତୁ ଗତ ମାସରେ ଡିଜି-ଆଇଜି ସମ୍ମିଳନୀରେ ଓଡିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ଲଗାତାର ୩ ଦିନ ଓଡିଶାରେ ରହିଥିଲେ । ଦେଶର ଶାସନ ଓଡିଶାରୁ ହିଁ ପରିଚାଳିତ ହେଉଥିଲା ।

ଓଡିଶାରେ ରାଷ୍ଟ୍ରପତି

ଓଡିଶାରେ ବିଜେପି ସରକାର ଗଠନ ପରେ ପ୍ରାୟ 4 ଥର ଓଡିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ପୁରୀ, ଖୋର୍ଦ୍ଧା, ଭୁବନେଶ୍ୱର, କଟକ, ମୟୂରଭଞ୍ଜ ପରି ପ୍ରମୁଖ ଜିଲ୍ଲାରେ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ରେଳ, ଆଦିବାସୀ ସଶକ୍ତିକରଣ, ଯୋଗାଯୋଗ, ପରିବହନ କ୍ଷେତ୍ରରେ ଅନେକ ଯୋଜନାର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+