କୃଷି ବିଦ୍ୟାନିଧି ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ,ଜାଣନ୍ତୁ କେଉଁ ମାନେ ଏଥିରେ ହେବେ ଉପକୃତ
ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଅବସରରେ ସିଏମ କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସମ୍ବଲପୁରରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥିସହ ସିଏମ କିଷାନ ପୋର୍ଟାଲକୁ ମଧ୍ୟ ଲୋକାର୍ପଣ କରାଯାଇଛି। ଏହି ଯୋଜନାର ଶୁଭାରମ୍ଭ ପରେ ଚାଷୀଙ୍କୁ ଆକାଉଣ୍ଟଙ୍କୁ ସିଏମ କିଷାନ ଟଙ୍କା ଯାଇଛି। ୪୬ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଯାଇଛି। ଡିବିଟିରେ ୯୨୫ କୋଟି ଟଙ୍କା ପଠାଇବେ ରାଜ୍ୟ ସରକାର ।

ସିଏମ କିଷାନ ଯୋଜନାର ହିତାଧିକାରୀ ମାନଙ୍କ ପିଲାମାନଙ୍କ ପାଇଁ ଆଉ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ହିତାଧିକାରୀମାନଙ୍କ ପିଲାଙ୍କ ପାଇଁ କୃଷି ବିଦ୍ୟାନିଧି ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସିଏମ କିଷାନ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ନୂଆ ଯୋଜନାର ଘୋଷଣା ମଧ୍ୟ କରିଛନ୍ତି । ସିଏମ କିଷାନ ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀମାନଙ୍କ ପିଲାମାନେ ଏହି ଯୋଜନା ଅଧୀନରେ ସୁବିଧା ପାଇପାରିବେ । ବୈଷୟିକ ସ୍ତରୀୟ ଉଚ୍ଚ ଶିକ୍ଷା ପାଇଁ ଚାତ୍ରବୃତ୍ତି ଆକାରରେ ପିଲାମାନେ ଏହି ଟଙ୍କା ପାଇପାରିବେ ।












Click it and Unblock the Notifications