ପ୍ରତି ପୁଲିସଙ୍କୁ ମିଳିବ ବାଇକ୍‌, ଥାନାକୁ ମିଳିବ...

ଭୁବନେଶ୍ୱର : ଦୁଇଦିନିଆ ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ସମ୍ମିଳନୀ । ଲୋକମାନେ କିଭଳି ନ୍ୟାୟ ପାଇପାରିବେ ଓ ଓଡ଼ିଶାବାସୀ କିଭଳି ଶାନ୍ତିରେ ବାସ କରିପାରିବେ ସେନେଇ ସରକାର ପଦକ୍ଷେପ ନେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । କାର୍ଯ୍ୟକୁ ସରଳ ଓ ସହଜ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପୁଲିସଙ୍କୁ ମିଳିବ ବାଇକ୍‌।

ପ୍ରତି ଥାନା ପିଛା ଗୋଟିଏ କି ଦୁଇଟି ବାଇକ୍ ଥିବାରୁ କାମ ଶୀଘ୍ର ହୋଇପାରୁନି। ପ୍ରତି ପୁଲିସଙ୍କୁ ବାଇକ୍ ଦିଆଗଲେ ସେମାନେ ତୁରନ୍ତ ପହଞ୍ଚିବେ। ପୁଲିସଙ୍କ ନାମରେ ବାଇକ୍ ଦିଆଯିବ, ଯେଉଁ ଥାନାକୁ ଗଲେ ବି ସେମାନେ ସାଙ୍ଗରେ ନେଇ ଯାଇପାରିବେ। ଖୁବଶୀଘ୍ର ୯ ହଜାର ବାଇକ୍ ଦିଆଯିବ। ପ୍ରତି ଥାନାକୁ ଆଉ ଗୋଟିଏ ଲେଖାଏ ଚାରି ଚକିଆ ଗାଡ଼ି ଦିଆଯିବ ବୋଲି ଲୋକସେବା ଭବନରେ ଆୟୋଜିତ ଜିଲ୍ଲାପାଳ ଓ ଏସପି ସମ୍ମିଳନୀରେ କହିଛନ୍ତି ମୁଖ୍ୟମନ୍ତ୍ରୀ

cm mohan majhi

ଏହା ସହ ଏହି ସମ୍ମିଳନୀରେ ଉପସ୍ଥିତ ଆରକ୍ଷୀ ଅଧୀକ୍ଷକଙ୍କୁ ସମ୍ବୋଧନ ଜରିଆରେ ମୁଖ୍ୟମନ୍ତ୍ରୀ ତାଗିଦ କରିଛନ୍ତି। ସେ କହିଛନ୍ତି, ଅପରାଧୀ ଯେଉଁ ପଦ ମର୍ଯ୍ୟାଦାରେ ଥିଲେ ବି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ବିଗତ ୨୨ ବର୍ଷ ଓଡ଼ିଶା ପାଇଁ ବିରାଟ କାଳଖଣ୍ଡ ଥିଲା। ୨୦୨୨ ପର୍ଯ୍ୟନ୍ତ ମହିଳା ବିରୋଧୀ ହିଂସା ଦଣ୍ଡହାର ମାତ୍ର ୯.୭୩%। ଯାହା ଅତ୍ୟନ୍ତ ନୈରାଶ୍ୟଜନକ, ଆମ ସରକାର ଏହାକୁ ବରଦାସ୍ତ କରିବନି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+