'୧୦୦ ଦିନରେ ଆସିଛି ୪୫ ହଜାର କୋଟି ପୁଞ୍ଜି' ୫ବର୍ଷରେ ଆସିବ ଏତିକି ଲକ୍ଷ କୋଟିର ପୁଞ୍ଜି ନିବେଶ!
ଭୁବନେଶ୍ଵର: ଓଡ଼ିଶାକୁ ବଡ଼ ସଂଖ୍ୟାରେ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ମୁଁ ଦୁଇ ଦିନ ପାଇଁ ଦିଲ୍ଲୀ ଗସ୍ତରେ ଯାଉଛି । ଏହି ଗସ୍ତ ସମୟରେ ଦେଶ ବିଦେଶର ଉଦ୍ୟୋଗୀଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶର ପ୍ରସ୍ତାବ ଦେବି ।
ପୁଞ୍ଜିନିବେଶକଙ୍କ ସହ ୱାନ ଟୁ ୱାନ ଆଲୋଚନା କରିବି । ଏହାସହ ପୁଞ୍ଜିନିବେଶକାରୀଙ୍କ ସମ୍ମିଳନୀରେ ଯୋଗଦେଇ ଓଡିଶା ଆସିବା ପାଇଁ ନିବେଦନ କରିବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାକୁ ବହୁ ସଂଖ୍ୟାରେ ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ସେ ଉଦ୍ୟମ କରିବେ । ବିଭିନ୍ନ ପୁଞ୍ଜିନିବେଶକଙ୍କ ସହ ୱାନଟୁୱାନ୍ ଆଲୋଚନା ମଧ୍ୟ କରିବେ। ଏହାସହ ବିଶେଷକରି ଫୁଡ୍ ପ୍ରୋସେସିଂ, ଆଇଟି, କେମିକାଲ, ପେଟ୍ରୋ କେମିକାଲ କ୍ଷେତ୍ରରେ ପୁଞ୍ଜିନିବେଶ ଉପରେ ପ୍ରାଥମିକତା ଦିଆଯିବ ।

ଏଦିଗରେ ବିଭିନ୍ନ ପୁଞ୍ଜିନିବେଶକଙ୍କ ସହ ଆଲୋଚନା କରାଯିବ । ଓଡ଼ିଶାରେ ପୁଞ୍ଜିଲଗାଣ ତଥା ଶିଳ୍ପ ପ୍ରତିଷ୍ଠା ସମ୍ବନ୍ଧରେ ଥିବା ସକରାତ୍ମକ ଇକୋସିଷ୍ଟମ ସମ୍ବନ୍ଧରେ ସେ ଅବଗତ କରାଇବେ ।ଓଡ଼ିଶାରେ ପୁଞ୍ଜି ଲଗାଣ ତଥା ଶିଳ୍ପ ପ୍ରତିଷ୍ଠା ସମ୍ବନ୍ଧରେ ଥିବା ସକରାତ୍ମକ ଇକୋ ସିଷ୍ଟମ ସମ୍ବନ୍ଧରେ ଅବଗତ କରାଇବି। ଆଗାମୀ ୫ ବର୍ଷରେ ଅଢେଇ ଲକ୍ଷ କୋଟି ପୁଞ୍ଜି ଆକର୍ଷିତ କରିବା ଆମ ଲକ୍ଷ୍ୟ।
ଖୁସିର କଥା ଗତ ୧୦୦ ଦିନ ଭିତରେ ୪୫ ହଜାର କୋଟିର ପୁଞ୍ଜି ଓଡ଼ିଶାକୁ ଆସି ସାରିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଦିଲ୍ଲୀ ବୈଠକରେ ମୋ ସହିତ ଶିଳ୍ପ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ ରହିବେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଓଡ଼ିଶାକୁ ଦ୍ରୁତ ଶିଳ୍ପାୟନର ପଥରେ ଆଗେଇ ନେବା ପାଇଁ ମୋର ପ୍ରଚେଷ୍ଟା ଉତ୍କର୍ଷମାନେ ଏକ୍ସେଲେନ୍ସ ଏବଂ ଉତ୍କର୍ଷ ଓଡ଼ିଶା କନକ୍ଲେଭ ଶିଳ୍ପ ବିକାଶ କ୍ଷେତ୍ରରେ ଓଡ଼ିଶାକୁ ଉତ୍କର୍ଷ ଆଣିଦେବ ।












Click it and Unblock the Notifications