ବଜେଟ୍ ପାଇଁ ସାଧାରଣ ଲୋକଙ୍କ ମତାମତ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ
ଆର୍ଥିକ ବର୍ଷ ଲାଗି ପୂର୍ଣାଙ୍ଗ ବଜେଟ ଆଣିବାକୁ ଯାଉଛନ୍ତି ନବ ନିଯୁକ୍ତ ସରକାର । ମୋହନ ସରକାରର ଏହା ପ୍ରଥମ ବଜେଟ । ଲୋକଙ୍କ ବଜେଟ ଲୋକଙ୍କ ମତାମତ ଅନୁସାରେ ପ୍ରସ୍ତୁତ ହେବ । ସେଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ପରାମର୍ଶ ଲୋଡ଼ିଛନ୍ତି । ଏଥିପାଇଁ ଅର୍ଥ ବିଭାଗ ଏକ ସ୍ୱତନ୍ତ୍ର ୱେବ ପୋର୍ଟାଲ, e-mail, WhatsApp ଓ SMS ମାଧ୍ୟମରେ ମତାମତ ଦେବାକୁ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ।
ର୍ତ୍ତମାନ, ୨୦୨୪-୨୫ବର୍ଷର ପୂର୍ଣାଙ୍ଗ ବଜେଟ୍ ପ୍ରସ୍ତୁତି ପାଇଁ ଅର୍ଥ ବିଭାଗ ଜନସାଧାରଣଙ୍କଠାରୁ ମତାମତ ସଂଗ୍ରହ କରିବା ନିମନ୍ତେ ଏକ ନିର୍ଦ୍ଦିଷ୍ଟ ଢାଞ୍ଚାରେ ପରାମର୍ଶ ଆହ୍ବାନ କରିଛନ୍ତି, ଯାହାକି ଓ୍ବେବ୍-ପୋର୍ଟାଲ https://budget.odisha.gov.in/ରେ ଉପଲବ୍ଧ।

ଏହି ପରାମର୍ଶଗୁଡ଼ିକ ଇ-ମେଲ୍ ଦ୍ୱାରା [email protected] ଠିକଣାରେ ପଠାଇ ପାରିବେ।
ସେହିପରି, ବଜେଟ୍ ସମ୍ବନ୍ଧୀୟ ମତାମତ ହ୍ବାଟ୍ସଆପ୍ ମାଧ୍ୟମରେ (+୯୧)୯୪୩୮୧୬୧୧୧୧ ମୋବାଇଲ ନମ୍ବରକୁ ଏବଂ ସାମାଜିକ ଗଣମାଧ୍ୟମ X (@FdOdisha), Facebook (@FinanceOdisha) ଓ Instagram (@fdodisha) ଦ୍ୱାରା ମଧ୍ୟ ପଠାଇ ପାରିବେ। ଏହି ସୁବିଧା ୨୦ ଜୁନ୍ରୁ ୫ ଜୁଲାଇ ପର୍ଯ୍ୟନ୍ତ ଉପଲବ୍ଧ ରହିବ।












Click it and Unblock the Notifications