ଜିରୋ କାଜୁଆଲିଟିରେ ଲକ୍ଷ୍ୟ ହେଲା ସଫଳ: ମୁଖ୍ୟମନ୍ତ୍ରୀ

Cyclone Dana: ବାତ୍ୟା ପରେ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜିରୋ କାଜୁଆଲିଟି ଲକ୍ଷ୍ୟ ହାସଲ ହୋଇଥିବା ନେଇ ଦେଲେ ସୂଚନା । ତେବେ ବାତ୍ୟାରେ କେହି ମୃତାହତ ହୋଇ ନାହାଁନ୍ତି, ସଫଳ ମୁକାବିଲା ପାଇଁ ସମସ୍ତ ବିଭାଗର ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଦିନ ୧ଟା ସୁଦ୍ଧା ରାସ୍ତା ସଫା କାମ ଶେଷ ହେବା ସହ ଯେଉଁ ଜିଲ୍ଲା ପ୍ରଭାବିତ ହୋଇଛି ସେଠାରେ ସନ୍ଧ୍ୟା ୬ଟା ସୁଦ୍ଧା ବିଦ୍ୟୁତସେବା ସ୍ୱାଭାବିକ ହେବ । ସେହିପରି ବାତ୍ୟା ସମୟରେ ୬ ହଜାର ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଥିଲା ଏବଂ ବାତ୍ୟା ସମୟରେ ୧୬ ଶହ ଶିଶୁ ଜନ୍ମ ନେଇଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

CM Mohan Charan Majhi

ସୂଚନାଥାଉ ଯେ, ବାତ୍ୟା 'ଦାନା'ର ପ୍ରଭାବରେ ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଆଜି ପାଇଁ ରାଜ୍ୟର ୯ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଉଛି- ଅନୁଗୋଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ଢେଙ୍କାନାଳ ଓ ପୁରୀ। ସେହିପରି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ବୌଦ୍ଧ, ସୋନପୁର ଓ ନୟାଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଆଜି ମଧ୍ୟ ସମୁଦ୍ର ଅଶାନ୍ତ ରହିବ। ସେଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ପ୍ରବେଶ ନ କରିବାକୁ ପରାମର୍ଶ ଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+