ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର : ଆଜି ଠାରୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗସ୍ତ ସମୟରେ ବିଭିନ୍ନ ପୂଜାମଣ୍ଡପ ବୁଲିବା କାର୍ଯ୍ୟକ୍ରମ ରହିଛି । ଗସ୍ତ ଅବସରରେ ସେ ନବମୀ ଓ ଦଶମୀରେ ବିଭିନ୍ନ ପୂଜାମଣ୍ଡପ ବୁଲିବା କାର୍ଯ୍ୟକ୍ରମ ରହିଛି। ଏଥିସହ ଦଶହରା ଅବସରରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗଦେବେ।
ମୁଖ୍ୟମନ୍ତ୍ରୀ ଅକ୍ଟୋବର ୧୨ ଶନିବାର ଅପରାହ୍ନ ୩ଟା୫୦ରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଚାଟାର ପ୍ଲେନ୍ ଯୋଗେ କେନ୍ଦୁଝର ଅଭିମୁଖେ ବାହାରିବେ । ରାଇସୁଆଁରେ ଅବତରଣ କରିବା ପରେ ବାମ୍ଫାର ସାଇମନ୍ଦିର ଦୁର୍ଗାପୂଜା ମଣ୍ଡପ ଏବଂ ନିୟୁକଲୋନୀ ଦୁର୍ଗାପୂଜା ମଣ୍ଡପରେ ପୂଜା କରିବେ ।

ପରେ ଟେଲିଫୋନ୍ ଏକ୍ସଚେଞ୍ଜ୍ ଛକ ପୂଜା ଓ ଗୁଜୁରାଟୀ ସମାଜ ଦୁର୍ଗା ମଣ୍ଡପରେ ପୂଜା କରିବେ । ରବିବାର ନିଜ ଗ୍ରାମ ରାଇସୁଆଁ ଗସ୍ତ କରିବା ପରେ ଝୁମ୍ପୁରା ଦୁର୍ଗାପୂଜା, ସୁନାରୀପଶି, ଉଖୁଣ୍ଡା ପୂଜା ମଣ୍ଡପରେ ପହଞ୍ଚି ଦର୍ଶନ କରିବେ । ସୋମବାର ଦିନ ପଦ୍ମପୁର ଗସ୍ତକରିବା ପରେ ଅପରାହ୍ନରେ ଭୁବନେଶ୍ୱର ଫେରିଯିବେ ।












Click it and Unblock the Notifications