Get Updates
Get notified of breaking news, exclusive insights, and must-see stories!

ନୂଆଦିଲ୍ଲୀରେ ଓଡ଼ିଶା ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ଏହି ନୂତନ ଭବନର ନିର୍ମାଣ ଶୈଳୀରେ ପ୍ରତିଫଳିତ ହେବ ଓଡ଼ିଶାର ସମୃଦ୍ଧ କଳା ଓ ସଂସ୍କୃତିର ଝଲକ। ଏଥିପାଇଁ ମୋଟ ୯୩.୨୭ କୋଟି ଟଙ୍କା ବ୍ୟୟ ହେବ। ଏଥିରେ ୩ଟି ବେସ୍‌ମେଣ୍ଟ, ଗ୍ରାଉଣ୍ଡ ଫ୍ଲୋର ସହିତ ଆଉ ୬ଟି ମହଲା ରହିବ। ସମସ୍ତ ଅତ୍ୟାଧୁନିକ ସୁବିଧା ସହ ୪୫ଟି ସୁଇଟ୍‌ ବ୍ୟବସ୍ଥା କରାଯିବ। ପ୍ରଥମ ମହଲାରେ ଏକ ଏକ୍‍ଜିବିସନ୍ ଏରିଆ ଏବଂ ଦ୍ୱିତୀୟ ମହଲାରେ ପ୍ରାୟ ୭୦ ଆସନ ବିଶିଷ୍ଟ କନ୍‌ଫରେନ୍ସ ହଲ୍‌ ରହିବ। ପୂର୍ବରୁ ଥିବା ଭବନଟି ପୁରୁଣା ହୋଇଯାଇଥିବା ସହ ସ୍ଥାନ ଓ ସୁବିଧାର ଅଭାବ ଥିବାରୁ ବର୍ତ୍ତମାନର ଆବଶ୍ୟକତାକୁ ଆଖି ଆଗରେ ରଖି ଏହି ନୂଆ ଭବନ ନିର୍ମାଣ କରାଯାଉଛି।

mohan majhi

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନୂଆଦିଲ୍ଲୀ ସହିତ ଦେଶର ବିଭିନ୍ନ ସହରରେ ଓଡ଼ିଶାର ପ୍ରଶାସନିକ ସମନ୍ୱୟ ଓ ସାଂସ୍କୃତିକ ସମ୍ପର୍କ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଓଡ଼ିଶା ଭବନ ନିର୍ମାଣ ଯୋଜନା କରିଛନ୍ତି। ଏହି ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ସମାପ୍ତ ହୋଇଥିବା ବେଳେ ଖୁବ୍‌ ଶୀଘ୍ର ନିର୍ମାଣ କାମ ଆରମ୍ଭ ହେବ। ଆଗାମୀ ଦିନରେ ଅଯୋଧ୍ୟା, ବେଙ୍ଗାଲୁରୁ ଓ ସୁରଟରେ ଓଡ଼ିଶା ଭବନ ନିର୍ମାଣ ହେବ। ଏଥିପାଇଁ ସଂପୃକ୍ତ ରାଜ୍ୟମାନଙ୍କୁ ଜମି ମଗାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ କୋଲକାତା, ଚେନ୍ନାଇ ଓ ମୁମ୍ବାଇରେ ଓଡ଼ିଶା ଭବନ କାର୍ଯ୍ୟକ୍ଷମ ଅଛି। ଜନସାଧାରଣଙ୍କ ସୁବିଧା ପାଇଁ ମୁମ୍ବାଇରେ ଆଉ ଏକ ଭବନ ନିର୍ମାଣର ପ୍ରସ୍ତାବ ରହିଛି । ଏହି ସବୁ ଭବନ ଓ ସଦନ ଗୁଡିକର ରକ୍ଷଣାବେକ୍ଷଣ ପାଇଁ ଗୋଟିଏ ସ୍ୱତନ୍ତ୍ର ଡିଭିଜନ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜରୁରୀ କାମରେ ଭୁବନେଶ୍ୱର ଆସୁଥିବା ଲୋକମାନଙ୍କ ପାଇଁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ ପାଖରେ ଏକ ଜନଆଶ୍ରୟ ଭବନ ନିର୍ମାଣ କରାଯିବ। ଯେଉଁଥିରେ କି ରାଜ୍ୟର ଜନସାଧାରଣଙ୍କ ପାଇଁ ସ୍ୱଳ୍ପ ମୂଲ୍ୟରେ ତିନି ଦିନର ରହଣି ବ୍ୟବସ୍ଥା କରାଯିବ। ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ୍‍ ଓରାମ୍‍, ଓଡିଶା ସରକାରଙ୍କ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବରଗଡ ସାଂସଦ ପ୍ରଦୀପ ପୁରୋହିତ, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+